ମୁମ୍ବାଇ: କୋରୋନାରୁ ସୁରକ୍ଷିତ ରହିବା ପାଇଁ ଦେଶବାସୀଙ୍କୁ ବର୍ତ୍ତମାନ ଭ୍ୟାକ୍ସିନ ଦିଆଯାଉଛି । ଏଥିରେ ସେଲିବ୍ରିଟି ମଧ୍ୟ ସାମିଲ ଅଛନ୍ତି । ଅନେକ ସେଲିବ୍ରିଟି ଭ୍ୟାକ୍ସିନ ନେଇସାରିଲେଣି ଆଉ ଏବେ ମେଗାଷ୍ଟର ଅମିତାଭ ବଚ୍ଚନଙ୍କ ଭ୍ୟାକ୍ସିନ ନେବା ଖବର ସାମ୍ନାକୁ ଆସିଛି । ସେ ଗୁରୁବାର ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେବା ସୂଚନା ଦେଇଛନ୍ତି ।
-
T 3861 -
— Amitabh Bachchan (@SrBachchan) April 1, 2021 " class="align-text-top noRightClick twitterSection" data="
Got it done !
My CoviD vaccination this afternoon ..
All well .. 🙏
">T 3861 -
— Amitabh Bachchan (@SrBachchan) April 1, 2021
Got it done !
My CoviD vaccination this afternoon ..
All well .. 🙏T 3861 -
— Amitabh Bachchan (@SrBachchan) April 1, 2021
Got it done !
My CoviD vaccination this afternoon ..
All well .. 🙏
ସେ ଏକ ଟ୍ବିଟରେ ଲେଖିଥିଲେ, ‘ମୁଁ କୋରୋନା ଟିକାର ପ୍ରଥମ ଡୋଜ୍ ଗ୍ରହଣ କରିଛି। ସବୁ ଠିକ୍ ଅଛି ।’ ଏହା ସହ 78 ବର୍ଷୀୟ ଅଭିନେତା ପ୍ରକାଶ କରିଛନ୍ତି ଯେ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ବ୍ୟତୀତ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ କୋରୋନୋ ଟିକା ଦିଆଯାଉଛି। ଖାଲି ଏତିକି ନୁହେଁ ଟୀକାକରଣ ପ୍ରକ୍ରିୟାକୁ ଐତିହାସିକ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ଟୀକାକରଣ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଏକ ବିସ୍ତୃତ ବ୍ଲଗ୍ ଆବଶ୍ୟକ କରେ। କାରଣ ଏହା ତାଙ୍କ ପାଇଁ ଐତିହାସିକ ଥିଲା।
ଯଦି ତାଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ମଲ୍ଟି ଷ୍ଟାରର ଫିଲ୍ମ ‘ଚେହେରେ’ରେ ନଜର ଆସିବେ । ଯେଉଁଥିରେ ତାଙ୍କ ସହ ପ୍ରଥମଥର ଇମ୍ରାନ ହାସମୀଙ୍କୁ ଦେଖିବାକୁ ମିଳିବ । କୋରୋନା ଭୟ ପାଇଁ ଫିଲ୍ମର ରିଲିଜ ଘୁଞ୍ଚାଇ ଦେଇଛନ୍ତି ମେକର୍ସ । ଏହାବ୍ୟତୀତ ଅଜୟଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମେ ଡେ’ର ସୁଟିଂରେ ବର୍ତ୍ତମାନ ବ୍ୟସ୍ତ ସେ ।