ETV Bharat / sitara

ପଶ୍ଚିମବଙ୍ଗ କଲେଜ ଆଡମିଶନରେ ବଡ ତୃଟି, ସନ୍ନିଙ୍କ ପରେ ଏବେ ଲିଷ୍ଟରେ ନେହାଙ୍କ ନାଁ - ପଶ୍ଚିମବଙ୍ଗ କଲେଜ ଆଡମିଶନରେ ବଡ ତୃଟି

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନୀଙ୍କ ପରେ ଏବେ କୋଲକାତର ଏକ କଲେଜ ଆଡମିଶନର ମେରିଟ ତାଲିକାରେ ବଲିଉଡ ଗାୟିକା ନେହା କକ୍କରଙ୍କ ନାଁ ଶୀର୍ଷରେ ରହିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ କଲେଜ ଆଡମିଶନରେ ବଡ ତୃଟି, ସନ୍ନିଙ୍କ ପରେ ଏବେ ଲିଷ୍ଟରେ ନେହାଙ୍କ ନାଁ

author img

By

Published : Aug 30, 2020, 7:48 PM IST

କୋଲକାତା: ପଶ୍ଚିମବଙ୍ଗ କଲେଜରେ ଆଡମିଶନ ପ୍ରକ୍ରିୟାରେ ବଡ ତୃଟି ନେଇ ଖବର ସାମ୍ନାକୁ ଆସିଛି । ବଲିଉଡ ଅଭିନେତ୍ରୀ ସନ୍ନି ଲିଓନୀଙ୍କ ପରେ ଏବେ ପଶ୍ଚିମବଙ୍ଗ ମାଲଦାର ଏକ କଲେଜ ଆଡମିଶନର ମେରିଟ ତାଲିକାରେ ବଲିଉଡ ଗାୟିକା ନେହା କକ୍କରଙ୍କ ନାଁ ଶୀର୍ଷରେ ରହିଥିବା ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ପୋଲିସ ନିଜ ପକ୍ଷରୁ ଏକ ଏତଲା ଦାଏର କରିଛି ।

କୋଲକାତାର ଆଶୁତୋଷ କଲେଜର ନିଜ ୱେବସାଇଟରେ ପ୍ରକାଶିତ ଇଂରାଜୀରେ ସ୍ନାତକ (ସମ୍ମାନ)ରେ ଆଡମିଶନ ପାଇଁ ପ୍ରକାଶ ପାଇଥିବା ପ୍ରଥମ ତାଲିକାର ଶୀର୍ଷରେ ଅଭିନେତ୍ରୀ ସନ୍ନି ଲିଓନୀଙ୍କ ନାଁ ରହିଥିଲା । ତାଲିକାରେ ଥିବା ନାଁ ସହିତ ଆବେଦନ ID ଏବଂ ରୋଲ୍ ନମ୍ବର ମଧ୍ୟ ରହିଥିଲା ।

କେବଳ ଏତିକି ନୁହେଁ, ନାଁ ସହିତ, ଦ୍ବାଦଶ ବୋର୍ଡ ପରୀକ୍ଷାରେ ଚାରୋଟି ବିଷୟରେ 400 ନମ୍ବର ରଖି ସନ୍ନି ଟପ୍ପର ହୋଇଥିବା ଏଥିରେ ଉଲ୍ଲେଖ ରହିଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଅଡୁଆରେ ପଡିଯାଇଛି କଲେଜ ପ୍ରଶାସନ । କେହି ଜଣେ ଲିଓନିଙ୍କ ନାମ ଟାଇପ କରି ଜାଣିଶୁଣି ଏକ ଭୁଲ ଆବେଦନ ଦାଖଲ କରିଥିବାରୁ ଏପରି ହୋଇଥିବା କଲେଜ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଆମେ ଏହାକୁ ଆଡମିଶନ ବିଭାଗକୁ ସଂଶୋଧନ କରିବାକୁ କହିଛୁ। ଘଟଣାର ତଦନ୍ତ ମଧ୍ୟ କରିବୁ ବୋଲି ଜଣେ କଲେଜ ଅଧିକାରୀ କହିଛନ୍ତି। ତେବେ ଏହି ଘଟଣା ପରେ ଅନଲାଇନ ଆଡମିଶନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.