ETV Bharat / sitara

କନିକାଙ୍କ ସଂସ୍ପର୍ଶରେ ଆସିଥିବା 63 ଲୋକଙ୍କ କୋରୋନା ଟେଷ୍ଟ ନେଗେଟିଭ - ଜଣାଶୁଣା ଗାୟିକା କନିକା କପୁର ନ୍ୟୁଜ

କିଛି ଦିନ ହେବ ବିବାଦ ଘେରରେ ଫସିଛନ୍ତି ଜଣାଶୁଣା ଗାୟିକା କନିକା କପୁର। ଏବେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଅଧିକା ପଢନ୍ତୁ...

singer kanika kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କନିକା କପୁର
author img

By

Published : Mar 23, 2020, 2:30 PM IST

ମୁମ୍ବାଇ: ଗତ ସପ୍ତାହରେ ବଲିଉଡ ଗାୟିକା କନିକା କପୁରଙ୍କ କୋରୋନା ଭାଇରସ ଟେଷ୍ଟ ପଜେଟିଭ ବାହାରିଥିଲା । ଯାହାପରେ ତାଙ୍କୁ ଆଇସୋଲେସନରେ ରଖାଯାଇ ବର୍ତ୍ତମାନ ଚିକିତ୍ସା କରାଯାଉଛି। ତାଙ୍କ ରିପୋର୍ଟ ପଜେଟିଭ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସବୁ ଲୋକଙ୍କ କୋରୋନା ଟେଷ୍ଟ କରାଯାଇଥିଲା । ସ୍ବାସ୍ଥ୍ୟ ଟିମ 162 ଲୋକଙ୍କ ଏକ ତାଲିକା ପ୍ରସ୍ତୁତ କରିଥିଲେ। ଯେଉଁଥିରେ 63 ଲୋକଙ୍କ ଟେଷ୍ଟ ନେଗେଟିଭ ବାହାରିଛି ।

ଲକ୍ଷ୍ନୌର ଯେଉଁ ପାର୍ଟିରେ ସେ ସାମିଲ ହୋଇଥିଲେ ସେଥିରେ ସାମିଲ ହୋଇଥିବା 63 ଲୋକ କୋରୋନା ସଂକ୍ରମିତ ନୁହେଁ। ହେଲେ ଏଯାବତ ବାକି ଥିବା ଲୋକଙ୍କ ରିପୋର୍ଟ ସାମ୍ନାକୁ ଆସିନାହିଁ । ସେପଟେ ମୁମ୍ବାଇର ଜଣେ ବିଜନେସ ମ୍ୟାନଙ୍କ ସହ ସ୍ବାସ୍ଥ୍ୟ ଅଧିକାରୀ ସମ୍ପର୍କ କରିବାକୁ ଚେଷ୍ଟା ଚଲାଇଛନ୍ତି। ସେହି ବିଜନେସ ମ୍ୟାନ ନିକଟରେ ଜଣାଇଥିଲେ ଯେ ସେ କନିକାଙ୍କ ସହ ହୋଟେଲରେ ସାକ୍ଷାତ କରିଥିଲେ।

ପ୍ରକାଶ ଥାଉକି କନିକା ଏମାସ 9 ତାରିଖରେ ଲଣ୍ଡନରୁ ଭାରତ ଫେରିଥିଲେ। ଯାହାପରେ ସେ 11 ତାରିଖରୁ ନେଇ 16 ତାରିଖ ପର୍ଯ୍ୟନ୍ତ ଅନେକ ସୋସିଆଲ ଇଭେଣ୍ଟରେ ସାମିଲ ହୋଇଥିଲେ । ତାଙ୍କ ଏପରି ବ୍ୟବହାରରେ ଜନସାଧାରଣଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋରୋନା ପଜେଟିଭ ଲୁଚାଇ ଥିବାରୁ ତାଙ୍କ ନାମରେ ୟୁପି ସରକାର ମାମଲା ମଧ୍ୟ ରୁଜୁ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.