ETV Bharat / sitara

ସରୋଜଙ୍କ ବାୟୋପିକ ବିଷୟରେ ଏମିତି କହିଲେ ରେମୋ

author img

By

Published : Dec 1, 2020, 12:12 PM IST

ରୋମୋ ବଲିଉଡ ଫେଭରେଟ କୋରିଓଗ୍ରାଫର ସରୋଜଙ୍କୁ ନେଇ କହିଲେ ମନ କଥା । ସରୋଜ ଚାହୁଁଥିଲେ ରେମୋ ନିର୍ମାଣ କରନ୍ତୁ ତାଙ୍କ ବାୟୋପିକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରେମୋ ଡିସୁଜା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରେମୋ ଡିସୁଜା

ମୁମ୍ବାଇ: ଜାତୀୟ ପୁରସ୍କାର ପ୍ରାପ୍ତ କୋରିଓଗ୍ରାଫର ତଥା ଫିଲ୍ମ ନିର୍ମାତା ରେମୋ ଡିସୁଜାଙ୍କୁ ନେଇ ଚର୍ଚ୍ଚା । ସେ ଲୋକପ୍ରିୟ କୋରିଓଗ୍ରାଫର ସରୋଜ ଖାନଙ୍କ ଉପରେ ଏକ ଫିଲ୍ମ କରିବାକୁ ଆଗ୍ରହୀ ଅଟନ୍ତି । କାରଣ ସରୋଜ ଚାହୁଁଥିଲେ ସେ ତାଙ୍କ ବାୟୋପିକ ନିର୍ମାଣ କରନ୍ତୁ ବୋଲି । ଏହି ବିଷୟରେ ଜଣାଇଲେ ସ୍ପେଶାଲ କଥା । ଆଉ ସେୟାର କଲେ ତାଙ୍କ ସହ ବିତାଇଥିବା ଭଲ ମୁହୂର୍ତ୍ତ ।

ଏକ ସାକ୍ଷାତକାରରେ ଯୋଗ ଦେଇ ରେମୋ କହିଛନ୍ତି, ‘ଆମର ଏକ ଦୀର୍ଘ ବାର୍ତ୍ତାଳାପ ହୋଇଥିଲା ଏବଂ ସେ କହିଥିଲେ ଯଦି କେହି ମୋ ଉପରେ ବାୟୋପିକ ନିର୍ମାଣ କରିବା କଥା କହିବେ ତେବେ ତାହାର ନିର୍ମାଣ ଦାୟିତ୍ବ ମୁଁ ସମ୍ଭାଳିବ । କାରଣ ତାଙ୍କ ଅନୁଯାୟୀ ମୁଁ ଡାନ୍ସ ଆଉ ସଂଘର୍ଷ ଦୁଇଟି ଜିନିଷକୁ ଭଲରୁ ବୁଝିଛି ।’

ସେହିପରି ସେ ସରୋଜଙ୍କ ସହ ବିତାଇଥିବା ଭଲ ମୁହୂର୍ତ୍ତ ବିଷୟରେ ଆଲୋଚନା କରି କହିଛନ୍ତି, ‘କୌଣସି ନିର୍ଦ୍ଦିଷ୍ଟ ଘଟଣା ନାହିଁ ଯାହାକୁ ମୁଁ ସ୍ମରଣ କରିପାରେ ଏବଂ କହିପାରେ ଯେ ଏହା ଏକ ସ୍ବତନ୍ତ୍ର ସ୍ମୃତି । ଯାହା ମୋର ସରୋଜଙ୍କ ସହ ଅଛି । କାରଣ ସେ ମୋତେ ଜଣେ ସଂଘର୍ଷକାରୀଠୁ ନେଇ କୋରିଓଗ୍ରାଫର ପର୍ଯ୍ୟନ୍ତ ବଢୁଥିବାର ଦେଖିଥିଲେ । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ, ଆମେ ପରସ୍ପରର ନିକଟତର ହୋଇଥିଲୁ ଏବଂ ମୁଁ ନିଜକୁ ଭାଗ୍ୟବାନ ମନେ କରେ ଯେ ସରୋଜଙ୍କ ସହିତ ତାଙ୍କ ଶେଷ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ପାଇଥିବାରୁ । ଫିଲ୍ମ କଲଙ୍କର ଗୀତ ତବାହ୍ ହୋ ଗୟେ ହମରେ ମାଧୁରୀ ଦୀକ୍ଷିତଙ୍କ ସହ ଆମେ ପୁଣିଥରେ କାମ କରିଥିଲୁ । ମୁଁ ସରୋଜଙ୍କ ଆସିଷ୍ଟାଣ୍ଟ ରୂପେ କାମ କରି ବହୁତ ଖୁସି ଅନୁଭବ କରିଥିଲି । ମୁଁ ଗୀତର ଟେକ୍ନିକାଲ ପାର୍ଟ ସମ୍ଭାଳିଥିଲି । ଏହବ୍ୟତୀତ ସରୋଜ ମତେ ଜୀବନର ପ୍ରକୃତ ଜ୍ଞାନ ମଧ୍ୟ ଦେଇଥିଲେ । ସେ ସର୍ବଦା କହୁଥିଲେ ଏହି ଇଣ୍ଡଷ୍ଟ୍ରିରେ ଦୁଇଟି ଜିନିଷ କରିପାରିବ । ନିଜ ହୃଦୟରୁ ଲୋକଙ୍କ ସହ ସମ୍ପର୍କ ରଖିବ ନହେଲେ କଦାପି ରଖିବ ନାହିଁ । ତାଙ୍କ ଏହି ବାର୍ତ୍ତାକୁ ମୁଁ ଆଜି ପର୍ଯ୍ୟନ୍ତ ମନେ ରଖିଛି । ’

ପ୍ରକାଶ ଥାଉକି ଜୁଲାଇ 3 ତାରିଖରେ ସରୋଜ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଶ୍ବାସକ୍ରିୟା କଷ୍ଟ ଅନୁଭବ କରିବାରୁ ତାଙ୍କୁ ଗତ ଜୁନ 17 ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 72 ବର୍ଷ ବୟସରେ ସେ ସମସ୍ତଙ୍କୁ ପର କରି ଚାଲିଯାଇଥିଲେ ଆରପାରିକୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.