ମୁମ୍ବାଇ: ଗତ ସପ୍ତାହରେ ହୃଦଘାତ ପରେ ଜଣାଶୁଣା କୋରିଓଗ୍ରାଫର ତଥା ଫିଲ୍ମ ନିର୍ମାତା ରେମୋ ଡିସୁଜାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ଏବେ ଚିକିତ୍ସିତ ହେଉଥିବା ରେମୋ ସୁସ୍ଥ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି । ବର୍ତ୍ତମାନ ତାଙ୍କ ପତ୍ନୀ ଲିଜେଲ ରେମୋ ଡିସୁଜା କୋରିଓଗ୍ରାଫରଙ୍କ ସ୍ବାସ୍ଥ୍ୟ ବିଷୟରେ ଅପେଡଟ ଦେଇ ଏକ ଭିଡିଓ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ରେମୋ ସୁସ୍ଥ ଅଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସୁଛି ବୋଲି ସେ ପ୍ରକାଶ କରିଛନ୍ତି । ଭିଡିଓ ଦେଖିବା ପରେ ରେମୋଙ୍କ ଫ୍ୟାନ୍ସ ମଧ୍ୟ ଶାନ୍ତିର ନିଶ୍ବାସ ମାରିଛନ୍ତି । ଏବେ ଭାଇରାଲ ହେଉଥିବା ଭିଡିଓରେ ରେମୋଙ୍କ ଗୋଡ ଦେଖିବାକୁ ମିଳୁଛି । ହସ୍ପିଟାଲରେ ବସି ସେ ତଳେ ଗୋଡ ଥାପୁଥିବାର ନଜର ଆସୁଛନ୍ତି ।
ଇନଷ୍ଟାଗ୍ରାମରେ ଏହାକୁ ପୋଷ୍ଟ କରି ଲିଜେଲ ଲେଖିଛନ୍ତି, ‘ଗୋଡରେ ନାଚିବା ଗୋଟିଏ କଥା ଆଉ ହୃଦୟରୁ ନାଚିବା ଭିନ୍ନ କଥା । ସମସ୍ତଙ୍କୁ ଧନ୍ୟବାଦ ଯିଏ ତାଙ୍କ ପାଇଁ ସୁସ୍ଥ କାମନା କରିଛ । ଆଉ ସମସ୍ତଙ୍କୁ ମୋର ଆଶୀର୍ବାଦ ।’