ETV Bharat / sitara

20 ହଜାର ପ୍ରବାସୀଙ୍କ ପାଇଁ ଘର ନିର୍ମାଣ କରୁଛନ୍ତି ସୋନୁ

ଏଥର ଦିଲ୍ଲୀ ନୋଏଡାରେ ପ୍ରବାସୀଙ୍କୁ ମିଳିବ ଘର । ଯାହାକୁ ବର୍ତ୍ତମାନ ନିର୍ମାଣ କରିବାରେ ବ୍ୟସ୍ତ ଅଛନ୍ତି ସୋନୁ । ସୋସିଆଲ ମିଡିଆରେ ଦେଲେ ସୂଚନା ।

ଫଟୋ ସୌଜନ୍ୟ: ଟ୍ବିଟର@ସୋନୁ ସୁଡ
ଫଟୋ ସୌଜନ୍ୟ: ଟ୍ବିଟର@ସୋନୁ ସୁଡ
author img

By

Published : Aug 24, 2020, 7:49 PM IST

ମୁମ୍ବାଇ: କୋରୋନା ସଙ୍କଟ ସମୟରେ ସୁପରହିରୋ ସାଜି ଦେଶବାସୀଙ୍କ ସେବା କ୍ରମାଗତ ଭାବେ କରିଆସୁଛନ୍ତି ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଡ । ଗରିବ ଓ ପ୍ରବାସୀଙ୍କୁ ନିଜ ନିଜ ଘରେ ସୁରକ୍ଷିତ ପହଞ୍ଚାଇବା ଠୁ ନେଇ ରୋଜଗାର ଯୋଗାଇ ଦେବା ପର୍ଯ୍ୟନ୍ତ ସେ ସବୁ କାମରେ ଲିପ୍ତ ଅଛନ୍ତି । ଏବେ ପୁଣି ସେ ମହାନ କାର୍ଯ୍ୟ କରି ଚର୍ଚ୍ଚାରେ । ଯାହାର ପ୍ରଶଂସା ସବୁ ମହଲରେ ଦେଖିବାକୁ ମିଳୁଛି । ଆଜ୍ଞା ହଁ, ସେ 20 ହଜାର ପ୍ରବାସୀ ଶ୍ରମିକଙ୍କୁ ଦିଲ୍ଲୀର ନୋଏଡାରେ ଘର ଅଫର କରିଛନ୍ତି ।

ଏହି କଥାର ସୂଚନା ସେ ଟ୍ବିଟରରେ ସମସ୍ତଙ୍କୁ ଦେଇଛନ୍ତି । ସୋନୁ ଏକ ପୋଷ୍ଟ କରି ଲେଖିଛନ୍ତି, ‘20 ହଜାର ପ୍ରବାସୀ ଶ୍ରମିକଙ୍କ ପାଇଁ ଘର ନିର୍ମାଣ କରିବା କାର୍ଯ୍ୟ ନ୍ୟାସନାଲ ଆସୋସିଏସନ ଫର ଏଲିଭେଶନ କଣ୍ଟ୍ରାକ୍ଟରର ଅଧ୍ୟକ୍ଷ ଲଲିତ ଠୁକରାଲଙ୍କ ସହ ମିଶି 24 ଘଣ୍ଟା କାମ କରିବୁ ।’

ପ୍ରକାଶ ଥାଉକି ଏହାପୂର୍ବରୁ ସୋନୁ ନିଜ 47ତମ ଜନ୍ମଦିନରେ 3 ଲକ୍ଷ ପ୍ରବାସୀଙ୍କୁ ଚାକିରୀ ଦେବାର ଘୋଷଣା କରିଥିଲେ । ପ୍ରବାସୀଙ୍କୁ ଚାକିରୀ ଦେବାର ପ୍ରତିଶୂତି ପୂରଣ କରିବାକୁ ଯାଇ ସେ APEC ନାମକ ଏକ କମ୍ପାନୀ ସହିତ ହାତ ମିଲାଇଥିଲେ । ଯାହାଦ୍ବାରା 1 ଲକ୍ଷ ଶ୍ରମିକଙ୍କୁ ଚାକିରୀ ମିଳିବ ।

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.