ETV Bharat / sitara

ଶାହିଦଙ୍କ ଡିଜିଟାଲ ଡେବ୍ୟୁ

author img

By

Published : Feb 19, 2021, 1:56 PM IST

ବର୍ତ୍ତମାନ ଶାହିଦଙ୍କ ଫ୍ୟାନ୍ସଙ୍କ ଖୁସି ନକହିଲେ ସରେ । କାରଣ ଫିଲ୍ମ ବ୍ୟତୀତ ଡିଜିଟାଲ ଦୁନିଆରେ ଦେଖିବାକୁ ମିଳିବ ତାଙ୍କ ଅଭିନୟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର

ମୁମ୍ବାଇ: ଗତ ବର୍ଷ ଶାହିଦ କପୁର ନିଜର ଆଗାମୀ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘ଜର୍ସି’ର ସୁଟିଂ ଶେଷ କରିଥିଲେ । ଫିଲ୍ମରେ ତାଙ୍କ ସହ ଅଭିନୟ କରୁଥିବାର ନଜର ଆସିବେ ‘ସୁପର 30’ ଅଭିନେତ୍ରୀ ମୃଣଳ ଠାକୁର । ଏହି ଫିଲ୍ମ ତେଲୁଗୁ ବ୍ଲକବଷ୍ଟର ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ । ଇତିମଧ୍ୟରେ ଶାହିଦଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ଖୁସି ହୋଇ ଯାଇଛନ୍ତି ଫ୍ୟାନ୍ସ । କାରଣ ତାଙ୍କ ଅଭିନୟର ଯାଦୁ ଏଥର ଡିଜିଟାଲ ଦୁନିଆରେ ଦେଖିବାକୁ ମିଳିବ ।

ଆଜ୍ଞା ହଁ, ଅଭିନେତା ଡିଜିଟାଲ ଡେବ୍ୟୁ କରିବାକୁ ବର୍ତ୍ତମାନ ପ୍ରସ୍ତୁତ । ସେ ରାଜ ନିଦିମରୁ ଏବଂ କୃଷ୍ଣ ଡିକେଙ୍କ ଆଗାମୀ ଥ୍ରିଲ ଡ୍ରାମାରେ ଅଭିନୟ କରିବେ । ଯାହା ପପୁଲାର ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ।

ଏହି ଧାରଣା ଏବଂ କାହାଣୀକୁ ପସନ୍ଦ କରୁଥିବା ଶାହିଦ କିଛି ସମୟ ପାଇଁ ‘ଦି ଫ୍ୟାମିଲି ମ୍ୟାନ’ ନିର୍ମାତା ରାଜ ଏବଂ ଡିକେଙ୍କ ସହ କାମ କରିବାକୁ ଅପେକ୍ଷା କରିଥିଲେ।

ଆଉ ଏହି ଅବସରରେ କହିଛନ୍ତି, ‘ଡିଜିଟାଲ ସ୍ପେସରେ ପ୍ରବେଶ କରିବାକୁ ଏହି ଯୋଡିଙ୍କ ବ୍ୟତୀତ ଅନ୍ୟ କାହା ବିଷୟରେ ମୁଁ ଭାବି ପାରିବେ ନାହିଁ। ମୁଁ ଦୀର୍ଘ ସମୟରୁ ରାଜ ଏବଂ ଡିକେ ସହ ସହଯୋଗ କରିବାକୁ ଆଗ୍ରହୀ ଥିଲି । ଆମାଜନ ପ୍ରାଇମ ଭିଡିଓରେ ମୋର ପ୍ରିୟ ଭାରତୀୟ ଶୋ ହେଉଛି ଫ୍ୟାମିଲି ମ୍ୟାନ । ସେମାନଙ୍କ ଅପେକ୍ଷା ମୋର ଡିଜିଟାଲ ଡେବ୍ୟୁ ପାଇଁ ମୁଁ କାହା ବିଷୟରେ ଭଲ ଭାବି ପାରିବି ନାହିଁ । ମୁଁ କାହାଣୀକୁ ଭଲ ପାଉଛି । ଯେବେଠୁ ଏହା ଶୁଣିଛି ସେହି ଦିନଠାରୁ କାମ କରିବାକୁ ଅନେଇ ବସିଛି । ଯାହା ଏକ ରୋମାଞ୍ଚକର ଯାତ୍ରା ହେବ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.