ETV Bharat / sitara

ୟୁଟ୍ୟୁବରେ ଛାଇଲା ନୱାଜଙ୍କ ଯାଦୁ, ‘ବାରିଶ କି ଜାଏ’କୁ 60 ମିଲିୟନ ଭ୍ୟୁ

author img

By

Published : Apr 7, 2021, 7:36 AM IST

ପ୍ରଥମ ମ୍ୟୁଜିକ ଭିଡିଓ ଜରିଆରେ ଦର୍ଶକଙ୍କ ମନ କିଣିଲେ ନୱାଜ । ଚର୍ଚ୍ଚାରେ ତାଙ୍କ ମ୍ୟୁଜିକ ଟ୍ରାକ ‘ବାରିଶ କି ଜାଏ’ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର

ମୁମ୍ବାଇ: ନୱାଜୁଦ୍ଦୀନ ସିଦ୍ଦିକୀ ଷ୍ଟାରର ମ୍ୟୁଜିକ ଭିଡିଓ ‘ବାରିଶ କି ଜାଏ’ ରିଲିଜ ହେବାର ଏକ ସପ୍ତାହ ମଧ୍ୟରେ ୟୁଟ୍ୟୁବରେ 60 ମିଲିୟନ ଭ୍ୟୁ ଅତିକ୍ରମ କରିଛି। ଏହି ରୋମାଣ୍ଟିକ ଗୀତଟି ଗାଇଛନ୍ତି ବି. ପ୍ରାକ । ଏହି ଭିଡିଓରେ ନୱାଜୁଦ୍ଦୀନଙ୍କୁ ଜଣେ ପ୍ରେମିକ ରୂପେ ଦେଖିବାକୁ ମିଳୁଛି । ଯିଏ ସୁନନ୍ଦା ଶର୍ମାଙ୍କ ଦ୍ବାରା ଚିତ୍ରିତ ଏକ ଦିବ୍ୟାଙ୍ଗ ଝିଅକୁ ହୃଦୟ ଦେଇ ବସୁଛନ୍ତି ।

  • " class="align-text-top noRightClick twitterSection" data="">

60 ମିଲିୟନ ମିଳିବା ଅବସରରେ ନୱାଜ କହିଛନ୍ତି, ‘ମୁଁ ବହୁତ ଖୁସି ଯେ ଦର୍ଶକ ଏହି ଗୀତକୁ ପସନ୍ଦ କରୁଛନ୍ତି । କେବଳ ସେମାନଙ୍କର ପ୍ରେମ ଏବଂ ସମର୍ଥନ ହେତୁ ଆମେ କୌଣସି ଚିନ୍ତା ନକରି ପରୀକ୍ଷଣ ଜାରି ରଖୁ । ମୁଁ ଏହି ଗୀତ ସହିତ କିଛି ନୂଆ ଚେଷ୍ଟା କଲି ଏବଂ ଏହା କିପରି ହେବ ସେ ବିଷୟରେ ମୁଁ କିଛି ମାତ୍ରାରେ ଚିନ୍ତିତ ମଧ୍ୟ ଥିଲି। କିନ୍ତୁ ଏହି ପ୍ରତିକ୍ରିୟା ଆଶ୍ଚର୍ଯ୍ୟଜନକ ଅଟେ । ଆଉ ଯଦି ସୁନନ୍ଦାଙ୍କ ବିଷୟରେ କହିବି ସେ ଜଣେ ଭଲ ଗାୟିକା ଏବଂ ଏହା ବ୍ୟତୀତ ସେ ମଧ୍ୟ ଜଣେ ଆଦର୍ଶ ଅଭିନେତ୍ରୀ ।’

ଏହାବ୍ୟତୀତ ନୱାଜ ଗୀତର ନିର୍ଦ୍ଦେଶକ ଅରବିନ୍ଦ ଖେରାଙ୍କର ମଧ୍ୟ ପ୍ରଶଂସା କରିଛନ୍ତି । ସେହିପରି ଗୀତଟିକୁ କମ୍ପୋଜ କରିଛନ୍ତି ଜାନି । ଯଦି ନୱାଜଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ନିର୍ଦ୍ଦେଶଖ କୁଶାନ ନନ୍ଦୀଙ୍କ ଆଗାମୀ ଫିଲ୍ମ ‘ଜୋଗିରା ସାରା ରା ରା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସେହିପରି ତାଙ୍କ ଆଗାମୀ ପ୍ରୋଜେକ୍ଟରେ ‘ସଙ୍ଗୀନ’ ଓ ‘ବୋଲେ ଚୁଡିୟାଁ’ ମଧ୍ୟ ସାମିଲ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.