ମୁମ୍ବାଇ: ଲୋକପ୍ରିୟ ଅଭିନେତା ଦିଲୀପ କୁମାରଙ୍କୁ ନେଇ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ତାଙ୍କ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି । କାରଣ ତାଙ୍କ ସାନ ଭାଇ ଏହସାନ ଖାନ କୋରୋନା ଯୁଦ୍ଧରେ ହାରିଯାଇଛନ୍ତି । 90 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ନିକଟରେ କୋରୋନା ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୃତ୍ୟୁର ସୂଚନା ସୋସିଆଲ ମିଡିଆରେ ଦିଆଯାଇଛି ।
-
Dilip Saab’s youngest brother Ehsan Khan, passed away few hours ago.
— Dilip Kumar (@TheDilipKumar) September 3, 2020 " class="align-text-top noRightClick twitterSection" data="
Earlier, youngest brother, Aslam had passed away. We are from God and to Him we return. Pls pray for them.
Posted by @FAISALmouthshut on behalf of #DilipKumar
">Dilip Saab’s youngest brother Ehsan Khan, passed away few hours ago.
— Dilip Kumar (@TheDilipKumar) September 3, 2020
Earlier, youngest brother, Aslam had passed away. We are from God and to Him we return. Pls pray for them.
Posted by @FAISALmouthshut on behalf of #DilipKumarDilip Saab’s youngest brother Ehsan Khan, passed away few hours ago.
— Dilip Kumar (@TheDilipKumar) September 3, 2020
Earlier, youngest brother, Aslam had passed away. We are from God and to Him we return. Pls pray for them.
Posted by @FAISALmouthshut on behalf of #DilipKumar
ଦିଲୀପଙ୍କ ଟ୍ବିଟରରେ ଏକ ପୋଷ୍ଟ ଗୁରୁବାର ସେୟାର କରି ଲେଖାଯାଇଛି, ‘ଦିଲୀପଙ୍କ ସାନ ଭାଇ ଏହସାନ ଖାନ କିଛି ସମୟ ପୂର୍ବରୁ ଦୁନିଆ ଛାଡି ଚାଲିଯାଇଛନ୍ତି । ତାଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ଦୀଲିପଙ୍କ ଅନ୍ୟ ସାନ ଭାଇ ଅସଲମ ଖାନଙ୍କ ମୃତ୍ୟୁ କୋରୋନା ସଂକ୍ରମିତ ପାଇଁ ହୋଇଥିଲା । ଦୁଇଜଣଙ୍କ ଆତ୍ମକୁ ଶାନ୍ତି ମିଳିବା ପାଇଁ ଦୟା କରି ପ୍ରାର୍ଥନା କରନ୍ତୁ ।’
ପ୍ରକାଶ ଥାଉକି ଏହସାନ ଓ ଅସଲମଙ୍କ ଏକାଠି କୋରୋନା ସଂକ୍ରମିତ ହୋଇଥିଲେ । ଯାହାପରେ ଦୁଇଜଣଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ ସୂଚନା ଅନୁଯାୟୀ ଏହସାନ ଓ ଅସଲମ ଦୁଇଜଣ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଇସକେମିକ୍ ହୃଦ୍ ରୋଗରେ ପୀଡିତ ଥିଲେ । ଏହାସହ କୋଭିଡ୍ 19 ପଜିଟିଭ ମଧ୍ୟ ଦୁଇଜଣ ବାହାରିଥିଲେ । ଯାହାଦ୍ବାରା ଦୁଇଜଣଙ୍କ ସ୍ବାସ୍ଥ୍ୟବ୍ୟସ୍ଥା ବିଗିଡି ଯାଇଥିଲା । ଅଗଷ୍ଟ 21 ତାରିଖରେ ଅସଲମଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏହସାନ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।