ETV Bharat / sitara

ସୁସ୍ଥ ଅଛନ୍ତି କୋରୋନା ସଂକ୍ରମିତ ସନ୍ନି ପାଜି - ସନ୍ନି ଦେଓଲଙ୍କୁ ନେଇ ନୈରାଶ୍ୟଜନକ ଖବର

ସନ୍ନି ଦେଓଲଙ୍କୁ କୋରୋନା । ତାଙ୍କ ପୂର୍ବରୁ ଅନେକ ସେଲିବ୍ରିଟି ଏହି ସଂକ୍ରମଣରେ ସଂକ୍ରିମିତ ହୋଇସାରିଲେଣି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଦେଓଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଦେଓଲ
author img

By

Published : Dec 2, 2020, 7:51 AM IST

Updated : Dec 2, 2020, 1:34 PM IST

ମନାଲି: ଲୋକପ୍ରିୟ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କ କୋରୋନା ସଂକ୍ରମିତି ହେବା କଥା ଶୁଣିବାକୁ ମିଳୁଛି। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଅମିତାଭ ଅବସ୍ତି ମଙ୍ଗଳବାର ଦିନ ସନ୍ନିଙ୍କ କୋରୋନା ରିପୋର୍ଟ ପଜିଟିଭି ବାହାରିବା ସୂଚନା ଦେଇଥିଲେ । ଆଉ ବୁଧବାର ତାଙ୍କ ହେଲ୍ଥ ଅପଡେଟ ନ୍ୟୁଜ ସାମ୍ନାକୁ ଆସିଛି । ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ତାଙ୍କ ମୁଖପାତ୍ର । ସେ କର୍ତ୍ତୃପକ୍ଷ ଦ୍ବାରା ଦିଆଯାଇଥିବା ସମସ୍ତ ନିର୍ଦ୍ଦେଶକୁ ଅନୁସରଣ କରୁଛନ୍ତି ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ ମଧ୍ୟ କରୁଛନ୍ତି ।

64 ବର୍ଷିୟ ସନ୍ନି ନିକଟରେ ମୁମ୍ବାଇରେ କାନ୍ଧ ଅସ୍ତ୍ରୋପଚାର କରିଥିଲେ । ଯାହାପରେ ସେ ମନାଲି ଯାତ୍ରା କରିଥିଲେ । ପ୍ରାୟ ଏକ ମାସ ଧରି ଦଶାଲ ଗାଁରେ ପରିବାର ସହ ରହିଆସୁଛନ୍ତି ସେ । ସନ୍ନିଙ୍କୁ ମଙ୍ଗଳବାର ମୁମ୍ବାଇ ଫେରିବାର ଥିଲା ହେଲେ କୋରୋନା ରିପୋର୍ଟ ପଜିଟିଭ ଆସିବାରୁ ବର୍ତ୍ତମାନ ସେ ନିଜକୁ ମନାଲୀରେ କ୍ବାରେଣ୍ଟାଇନ କରିଛନ୍ତି । ଡାକ୍ତରଙ୍କ ପରାର୍ମଶରେ ସେ କ୍ବାରେଣ୍ଟାଇନରେ ରହିଛନ୍ତି ।

କୁଲ୍ଲୁର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଶୀଲ ଚନ୍ଦ୍ର ସୂଚନା ଦେଇଛନ୍ତି ଯେ ସନ୍ନି ପ୍ରତି ଦଶ ଦିନରେ କୋରୋନା ଟେଷ୍ଟ କରୁଥିଲେ । ସେ ମୁମ୍ବାଇ ଫେରିବାକୁ ଚାହୁଁଥିଲେ । ତେଣୁ ମଙ୍ଗଳବାର ଦିନ ସ୍ବାସ୍ଥ୍ୟ ବିଭାଗ ଦଳକୁ ତାଙ୍କ କୋରୋନା ଟେଷ୍ଟ ପାଇଁ ଡକାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 2, 2020, 1:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.