ETV Bharat / sitara

ଓଟିଟିରେ ରିଲିଜ ହେବକି ବିଦ୍ୟାଙ୍କ ‘ସେରନୀ’ ?

author img

By

Published : Mar 6, 2021, 1:08 PM IST

କୋରୋନା ପ୍ରକୋପ ପାଇଁ ଅନେକ ବିଗ ବଜେଟ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାରେ ଲାଗିଛି । ସେପଟେ ‘ସେରନୀ’ଙ୍କୁ ନେଇ ମଧ୍ୟ ସମାନ ଚର୍ଚ୍ଚା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ

ମୁମ୍ବାଇ: ଗତ ବର୍ଷ କୋରୋନା ଯୋଗୁଁ ଅନେକ ଫିଲ୍ମର ସୁଟିଂ ବନ୍ଦ ହୋଇଯାଇଥିଲା, କିନ୍ତୁ ବର୍ତ୍ତମାନ ସବୁ ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଅଭିନେତ୍ରୀ ବିଦ୍ୟା ବାଲାନ୍ ଆଗାମୀ ଫିଲ୍ମ ‘ସେରନୀ’ଙ୍କୁ ନେଇ ସାମ୍ନାକୁ ଆସିଛି ନୂଆ ଖବର । ନିକଟରେ ଏହି ଫିଲ୍ମର ମଧ୍ୟ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ସେରନୀ' ର ସୁଟିଂ ଆରମ୍ଭ କରିଛନ୍ତି । ଗତ ବର୍ଷ ଅକ୍ଟୋବରରେ ଫିଲ୍ମର ସୁଟିଂ ମଧ୍ୟ ପ୍ରଦେଶରେ ଆରମ୍ଭ କରିଥିଲେ ଅଭିନେତ୍ରୀ ।

ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ‘ସେରନୀ’ ଓଟିଟି ପ୍ଲାଟଫର୍ମରେ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ହେଲେ ଏଯାବତ ବିଦ୍ୟାଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ, କିନ୍ତୁ ମେକର୍ସ ଯୋଜନା କରୁଛନ୍ତି ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାକୁ । ତେବେ ଦର୍ଶକ ଫିଲ୍ମକୁ ସିନେମାହଲରେ ଦେଖିବେ କିମ୍ବା ଓଟିଟିରେ ତାହା ନେଇ ଚାଲିଛି କଳ୍ପନାଜଳ୍ପନା ।

‘ସେରନୀ’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଅମିତ ମାସୁକର । ମାର୍ଚ୍ଚରେ ଲକଡାଉନ୍ ହେତୁ 'ସେରନୀ'ର ସୁଟିଂକୁ ସ୍ଥଗିତ ରଖାଯାଇଥିଲା । ଏହି ଫିଲ୍ମରେ ବିଦ୍ୟା ଜଣେ ବନ ଅଧିକାରୀଙ୍କ ଭୂମିକାରେ ନଜର ଆସିବେ । ପ୍ରକାଶ ଥାଉ ଯେ, ବିଦ୍ୟାଙ୍କୁ ଶେଷ ଥର ପାଇଁ 'ଶକୁନ୍ତଳା ଦେବୀ'ରେ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.