ETV Bharat / sitara

ପ୍ରଥମେ ବାଜିବ କାହାର ସାହାନାଇ: ବରୁଣ-ନତାଶା ନା ଆଲିୟା-ରଣବୀର ?

author img

By

Published : May 11, 2020, 7:13 PM IST

ବରୁଣ ଓ ନତାଶାଙ୍କ ପ୍ରେମ କାହାଣୀ ବହୁତ ପୁରୁଣା । ବରୁଣ ଅନେକ ସମୟରେ ସୋସିଆଲ ମିଡିଆରେ ନତାଶାଙ୍କ ସହ ଫଟୋ ସେୟାର କରନ୍ତି । ଅଧିକ ପଢନ୍ତୁ...

ପ୍ରଥମେ ବାଜିବ କାହାର ସାହାନାଇ: ବରୁଣ-ନତାଶା ନା ଆଲିୟା-ରଣବୀର ?
ପ୍ରଥମେ ବାଜିବ କାହାର ସାହାନାଇ: ବରୁଣ-ନତାଶା ନା ଆଲିୟା-ରଣବୀର ?

ମୁମ୍ବାଇ: ବଲିଉଡରେ ଏବେ 2ଟି ଲଭ ବାର୍ଡସଙ୍କ ଅଧିକ ଚର୍ଚ୍ଚା ହେଉଛି । ଜଣେ ଆଲିୟା-ରଣବୀର ଏବଂ ଅନ୍ୟଟି ବରୁଣ-ନତାଶା । ନିକଟ ଅତୀତରେ ଏହି ଦୁଇ ଜଣ କପୁଲଙ୍କ ଅଧିକ ଫଟୋ ଓ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବରୁଣ ଓ ନତାଶାଙ୍କ ପ୍ରେମ କାହାଣୀ ବହୁତ ପୁରୁଣା । ବରୁଣ ଅନେକ ସମୟରେ ସୋସିଆଲ ମିଡିଆରେ ନତାଶାଙ୍କ ସହ ଫଟୋ ସେୟାର କରନ୍ତି । ଖବର ଥିଲା ଯେ ଉଭୟ ଥାଇଲାଣ୍ଡରେ ଏବର୍ଷ ଲଭ ମ୍ୟାରେଜ କରିବେ । ହେଲେ କୋରୋନା ଯୋଗୁଁ ଏହାକୁ ଏବେ ଘୁଞ୍ଚାଇ ଦିଆଯାଇଛି । ଏବେ ଶୁଣିବାକୁ ମିଳୁଛି ବର୍ଷ ଶେଷ ଆଡକୁ ଉଭୟଙ୍କ ସାହାନାଇ ବାଜିବ । ହେଲେ ସେମାନଙ୍କ ପରିବାର ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । କ୍ୟାରିୟର ଦେଖିଲେ ହୁଏତ ଏବେ ବିବାହ କରିନପାରନ୍ତି ବରୁଣ ।

ସେପଟେ ନିଜ ପିଲାଦିନର କ୍ରସ ରଣବୀରଙ୍କ ସହ ଏକାଠି ବୁଲୁଛନ୍ତି ଆଲିୟା ଭଟ୍ଟ । ବ୍ରହ୍ମାସ୍ତ୍ର ସେଟରୁ ଉଭୟଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । 2 ବର୍ଷ ହେଲା ସେମାନଙ୍କ ଲଭଷ୍ଟୋରୀ ଅଧିକ ଲାଇମଲାଇଟରେ ରହିଛି । ସୋନମଙ୍କ ବିବାହ ରିସେପସନରେ ଉଭୟ ଏକାଠି ପ୍ରଥମ ଥର ମିଡିଆକୁ ସାମନା କରିଥିଲେ । ଏପରିକି ରଣବୀରଙ୍କ ସମସ୍ତ ସୁଖ ଓ ଦୁଃଖ ସମୟରେ ଆଲିୟା ସାଥିରେ ଥିବା ଦେଖିବାକୁ ମିଳେ । ରିଷିଙ୍କ ଦେହାନ୍ତବେଳେ ଆଲିୟା ପ୍ରଥମ ଷ୍ଟାର ଭାବେ ତାଙ୍କ ଘରେ ପହଞ୍ଚିଥିଲେ । ସବୁବେଳେ ସେ ରଣବୀରଙ୍କ ପରିବାର ସହ ନଜର ଆସନ୍ତି । ଏବେ ଦେଖିବାକୁ ବାକି ରହିଲା ଉଭୟ ଲଭ ବାର୍ଡସଙ୍କ ମଧ୍ୟରୁ ପ୍ରଥମେ କାହାର ସାହାନାଇ ବାଜୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.