ETV Bharat / sitara

ସ୍ବିଟ 16 ଫଟୋ ପୋଷ୍ଟ କଲେ ବରୁଣ, ସର୍ଟଲେସ ଅବତାରରେ ଫ୍ୟାନ୍ସ ଦିୱାନା

author img

By

Published : Sep 3, 2020, 4:38 PM IST

ଭାଇରାଲ ହେଲା ବରୁଣଙ୍କ ବହୁ ପୁରୁଣା ଫଟୋ । 16 ବର୍ଷ ବୟସରେ ଉଠାଇଥିଲେ ସର୍ଟଲେସ ଫଟୋ । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ

ମୁମ୍ବାଇ: ବି-ଟାଉନର ଫେମସ ଆକ୍ଟର ବରୁଣ ଧୱନ ଦୀର୍ଘ ସମୟରୁ ନିଜର ଅପକମିଂ ଫିଲ୍ମ ‘କୁଲି ନଂ 1’କୁ ନେଇ ଚର୍ଚ୍ଚାରେ । ଏହି ଫିଲ୍ମରେ ସେ ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ସେହିପରି ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ବରୁଣଙ୍କ ପିତା ତଥା ନିର୍ମାତା ଡେଭିଡ ଧୱନ । କୋରୋନା ପ୍ରକୋପ ପାଇଁ ଫିଲ୍ମର ରିଲିଜ ତାରିଖକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ହେଲେ ଫିଲ୍ମ ବ୍ୟତୀତ ବରୁଣ ସୋସିଆଲ ମିଡିଆରେ ମଧ୍ୟ ଫ୍ୟାନ୍ସଙ୍କ ସହ କନେକ୍ଟ ରହୁଛନ୍ତି । ସେ ପ୍ରାୟତଃ ନିଜର ପୁରୁଣା ଫଟୋ, ମଜାଦାର ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଖୁସି କରିଦିଅନ୍ତି । ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳୁଛି । ଯାହାକୁ ନେଇ ଚର୍ଚ୍ଚା ।

ସେ ଇନଷ୍ଟାଗ୍ରାମରେ ନିଜର ସ୍ବିଟ 16ର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ସର୍ଟଲେସ ଅବତାର ଦେଖିବାକୁ ମିଳୁଛି । ଆଉ ଫଟୋର କ୍ୟାପସନରେ ମଜାଦାର ଅନ୍ଦାଜରେ 33 ବର୍ଷିୟ ବରୁଣ ଲେଖିଛନ୍ତି, ‘ସ୍ବିଟ 16 ।’ ଆପଣ ବି ଦେଖନ୍ତୁ ବରୁଣଙ୍କ ଏହି ଥ୍ରୋବ୍ୟାକ ଫଟୋ....

ପ୍ରକାଶ ଥାଉକି ଶେଷଥର ବରୁଣ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର 3ଡି’ରେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ସହ ଅଭିନୟ କରିଥିଲେ ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁର । ଫିଲ୍ମଟିକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ଆଉ ଯଦି ‘କୁଲି ନଂ 1’ ବିଷୟରେ କଥା ହେବା ତେବେ ଲୋକପ୍ରିୟ ଅଭନେତା ଗୋବିନ୍ଦା ଓ କରିସ୍ମାଙ୍କ ଅଭିନୀତ ଫିଲ୍ମ ‘କୁଲି ନଂ 1’ର ଏହା ରିମେକ ଫିଲ୍ମ । ଯାହା ସୁପରଟୁପର ହିଟ୍ ହୋଇଥିଲା ।

@ians

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.