ETV Bharat / sitara

ଡିଜିଟାଲରେ ଡେବ୍ୟୁ କରିବେ ରଣଦୀପ

author img

By

Published : Nov 28, 2020, 3:17 PM IST

ଧୀରେ ଧୀରେ ବଲିଉଡ ଷ୍ଟାର୍ସ ଡିଜିଟାଲ ପ୍ଲାଟଫର୍ମକୁ ମୁହାଁଉଛନ୍ତି । ଅନେକ କଳାକାରଙ୍କ ପରେ ଏବେ ୱେବ ସିରିଜ ନେଇ ଫେରିବେ ରଣଦୀପ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣଦୀପ ହୁଡ୍ଡା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣଦୀପ ହୁଡ୍ଡା

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ରଣଦୀପ ହୁଡ୍ଡା ଖୁବଶୀଘ୍ର ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେବାକୁ ଯାଉଛନ୍ତି । ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ଅନଫେୟାର ଆଣ୍ଡ ଲଭଲି’ର ସୁଟିଂରେ ବ୍ୟସ୍ତ ଅଛନ୍ତି ସେ । ଯେଉଁଥିରେ ତାଙ୍କ ସହ ନଜର ଆସିବେ ସେକ୍ସୀ ଅଭିନେତ୍ରୀ ଇଲିଆନା ଡିକ୍ରୁଜ । ହେଲେ ଇତିମଧ୍ୟରେ ତାଙ୍କ ଡେବ୍ୟୁ ୱେବ ସିରିଜକୁ ନେଇ ଚର୍ଚ୍ଚା । ବର୍ତ୍ତମାନ ଶୁଣିବାକୁ ମିଳୁଛି ସେ ନିଜର ପ୍ରଥମ ୱେବ ସିରିଜ ପାଇଁ ପ୍ରସ୍ତୁତ ମଧ୍ୟ ଆରମ୍ଭ କରିଦେଇଛନ୍ତି । ସେ ଏହି ସିରିଜରେ ପୋଲିସ ଅଫିସର ଅବିନାଶଙ୍କ ଭୂମିକାରେ ଅଭିନୟ କରିବେ ।

ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ନିର୍ଦ୍ଦେଶକ ନୀରଜ ପାଠକ । କାହାଣୀର ପୃଷ୍ଠଭୂମି ଉତ୍ତରପ୍ରଦେଶର । ଏହି ସିରିଜର ସୁଟିଂ ଚଳିତ ବର୍ଷ ଡିସେମ୍ବରରେ ଆରମ୍ଭ ହେବ । ରଣଦୀପ ଏହି ସିରିଜ ବିଷୟରେ କୁହନ୍ତି, ‘ମୁଁ ଏହି ନୂତନ ଧାରା କରିବାକୁ ବହୁତ ଉତ୍ସାହିତ ଅଛି । ଇନ୍ସପେକ୍ଟର ଅବିନାଶଙ୍କ ଭୂମିକା ତୁଲାଇବାକୁ ମୁଁ ଚେଷ୍ଟା କରିବି । ନୀରଜଙ୍କ ଦୃଷ୍ଟିକୋଣ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ବାସ ଅଛି ଏବଂ ଶୀଘ୍ର ଏହି ସିରିଜ ଆରମ୍ଭ ହେବ ବୋଲି ଆଶା କରୁଛି ।’

ସେପଟେ ନୀରଜ କହିଛନ୍ତି ଯେ ଏହି ସିରିଜକୁ ନେଇ ସେ ବହୁତ ଖୁସି ଅଛନ୍ତି । ଏହି ପ୍ରକଳ୍ପ ବିଷୟରେ ଜିଓ ଷ୍ଟୁଡିଓ ସହିତ ଏକ ସହଭାଗିତା ହୋଇଥିବାରୁ ସେ ମଧ୍ୟ ଉତ୍ସାହିତ ଅନୁଭବ କରୁଛନ୍ତି । ରଣଦୀପ ଏହି ଦମଦାର ରୋଲ ପାଇଁ ପରଫେକ୍ଟ ଅଭିନେତା ଆଉ ସେ ଶାନଦାର ଅଭିନୟ ମଧ୍ୟ କରିବେ । ଯାହା ଦର୍ଶକଙ୍କୁ ପସନ୍ଦ ଆସିବ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.