ମୁମ୍ବାଇ: ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁରଙ୍କ ଫ୍ୟାନ୍ସ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ଯାହାକୁ ନେଇ ଖୁସି ହୋଇଯିବେ ସମସ୍ତେ । କାରଣ ଖୁବଶୀଘ୍ର ସେ ନିଜ ଦମଦାର ଅନ୍ଦାଜ ନେଇ ପରଦାକୁ ଫେରିବେ । ଆଜ୍ଞା ହଁ, ସେ ନିର୍ଦ୍ଦେଶକ ପୱାନ କିରପାଲାନିଙ୍କ ଆଗାମୀ ହରର କମେଡି ଫିଲ୍ମ ‘ଭୂତ୍ ପୋଲିସ’ରେ ସାମିଲ ହୋଇଛନ୍ତି । ତାଙ୍କ ସହ ଏହି ଫିଲ୍ମରେ ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ, ଅଲ୍ଲୀ ଫଜଲ ଓ ଫାତିମା ସନା ସୈଖ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ ।
ପୂର୍ବରୁ ରାଗିନୀ ଏମଏମଏସରେ ଏକାଠି କାମ କରିଥିବା ପୱାନ, ପ୍ରଯୋଜକ ରମେଶ ତୋରାନି ଓ ଅକ୍ଷସାହି ପୁରି (akshai puri) ‘ଭୂତ୍ ପୋଲିସ’ ଫିଲ୍ମ ପାଇଁ ଏକାଠି ହାତ ମିଶାଇଛନ୍ତି । ଫିଲ୍ମରେ ଅର୍ଜୁନଙ୍କ ଏଣ୍ଟ୍ରିର ସୂଚନା ସୋସିଆଲ ମିଡିଆରେ ଦେଇଛନ୍ତି ଫେମସ କ୍ରିଟିକ ତରଣ ଆଦର୍ଶ ।
-
IT'S OFFICIAL... #SaifAliKhan and #ArjunKapoor in horror-comedy #BhootPolice... The duo will share screen space for the first time... Directed by Pavan Kirpalani... Produced by Ramesh Taurani and Akshai Puri... Filming begins 2020-end. pic.twitter.com/AQOVgmJ2se
— taran adarsh (@taran_adarsh) September 1, 2020 " class="align-text-top noRightClick twitterSection" data="
">IT'S OFFICIAL... #SaifAliKhan and #ArjunKapoor in horror-comedy #BhootPolice... The duo will share screen space for the first time... Directed by Pavan Kirpalani... Produced by Ramesh Taurani and Akshai Puri... Filming begins 2020-end. pic.twitter.com/AQOVgmJ2se
— taran adarsh (@taran_adarsh) September 1, 2020IT'S OFFICIAL... #SaifAliKhan and #ArjunKapoor in horror-comedy #BhootPolice... The duo will share screen space for the first time... Directed by Pavan Kirpalani... Produced by Ramesh Taurani and Akshai Puri... Filming begins 2020-end. pic.twitter.com/AQOVgmJ2se
— taran adarsh (@taran_adarsh) September 1, 2020
ସେ ଟ୍ବିଟରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ସୈଫ ଓ ଅର୍ଜୁନ ହରର କମେଡି ଫିଲ୍ମ ଭୂତ୍ ପୋଲିସରେ ଏକାଠି ନଜର ଆସିବେ । ଏହି ଦୁଇ ଅଭିନେତା ପ୍ରଥମଥର ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ପୱାନ ତୁଲାଉଥିବାବେଳେ ପ୍ରଯୋଜନା କରିବେ ରମେଶ ଓ ଅକ୍ଷସାହି ପୁରି ।’
ପ୍ରକାଶ ଥାଉକି ଫିଲ୍ମର ସୁଟିଂ ଏବର୍ଷ ଶେଷରେ ଆରମ୍ଭ କରିବେ ମେକର୍ସ । କୋରୋନା ପ୍ରକୋପ ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଅର୍ଜୁନ ‘ଭୂତ୍ ପୋଲିସ’ ବ୍ୟତୀତ ରାକୁଲ ପ୍ରୀତଙ୍କ ସହ ଏକ ରୋମାଣ୍ଟିକ-କମେଡି ଡ୍ରାମା ଫିଲ୍ମରେ ନଜର ଆସିବେ । ଫିଲ୍ମର ସୁଟିଂ ମୁମ୍ବାଇରେ ପୁନଃ ଆରମ୍ଭ ହେବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ