ETV Bharat / sitara

ବଲିଉଡ ଡ୍ରଗ୍ସ କେସ: ଏନସିବି ହାତରେ କୁଖ୍ୟାତ ଡ୍ରଗ୍ସ ଡିଲର

author img

By

Published : Mar 27, 2021, 7:48 AM IST

ସାମ୍ନାକୁ ଆସିଲା ବଡ ଖବର । ମୁମ୍ବାଇର ବଡ ଡ୍ରଗ୍ ଡିଲରକୁ ଧରିଲା ଏନସିବି । ବଲିଉଡ ସେଲିବ୍ରିଟିଙ୍କୁ ଯୋଗାଉଥିଲା ଡ୍ରଗ୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ସମ୍ପୃକ୍ତ ଥିବା ବଲିଉଡ ଡ୍ରଗ୍ସ କେସରେ କ୍ରମାଗତ ଯାଞ୍ଚ କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) । ଇତିମଧ୍ୟରେ ମୁମ୍ବାଇର ବଡ ଡ୍ରଗ ଡିଲର ଗିରଫ ହେବା ଖବର ବର୍ତ୍ତମାନ ଚର୍ଚ୍ଚାରେ । ମୁମ୍ବାଇ ସ୍ଥିତ ଡ୍ରଗ୍ ଯୋଗାଣକାରୀ ଫାରୁଖ ବାଟାଟାଙ୍କ ପୁଅ ଶାଦାବ ବାଟାଟାଙ୍କୁ ଗିରଫ କରାଯାଇଛି।

ଗୁରୁବାର ବିଳମ୍ବିତ ରାତିରେ ଏନସିବି ମୁମ୍ବାଇର ତିନୋଟି ସ୍ଥାନରେ ଚଢାଉ କରିଥିଲା । ଏହି ସମୟ ମଧ୍ୟରେ ଶାଦାବଙ୍କ ପାଖରୁ 2 କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ, ବିଳାସପୂର୍ଣ୍ଣ କାର ଏବଂ ଏକ ନୋଟ୍ କାଉଣ୍ଟିଂ ମେସିନ୍ ଜବତ କରାଯାଇଛି । ଏନସିବି ଅନ୍ଧେରିର ଭର୍ସୋଭା ଅଞ୍ଚଳ ତଥା ମୁମ୍ବାଇ ସହିତ ଲାଗିଥିବା ମୀରା ରୋଡ ଅଞ୍ଚଳରେ ଲୋଖଣ୍ଡୱାଲା ଠାରେ ଏହି ଚଢାଉ କରିଥିଲା ।

ସେହିପରି ଶୁକ୍ରବାର ଶାଦାବଙ୍କୁ ଏନଡିରିଏସ କୋର୍ଟରେ ହାଜର କରାଯାଇଥିଲା । ପ୍ରକାଶ ଥାଉକି ଶାଦାବ ଦୀର୍ଘ ସମୟରୁ ଏହି ଡ୍ରଗ୍ସ କାରବାରରେ ସକ୍ରିୟ ରହିଆସୁଛନ୍ତି । ଖାଲି ଏତିକି ନୁହେଁ ବଲିଉଡ ସେଲିବ୍ରିଟିଙ୍କୁ ମଧ୍ୟ ଡ୍ରଗ୍ସ ଯୋଗାଇଥାନ୍ତି ଶାଦାବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.