ମୁମ୍ବାଇ: ଦୀର୍ଘ ସମୟରୁ କ୍ୟାନ୍ସର ସହ ଲଢୁଥିବା ରାକ୍ଷୀ ସାୱନ୍ତଙ୍କ ମା'ଙ୍କର ସଫଳତା ସହ ଅପରେସନ ହୋଇଛି । ବର୍ତ୍ତମାନ ସୁସ୍ଥ ଅଛନ୍ତି ସେ । ରାକ୍ଷୀ ଅନେକଥର ଟିଭିରେ ଏହା ବିଷୟରେ ଆଲୋଚନା କରି ଇମୋସନାଲ ହୋଇସାରିଛନ୍ତି । ତାଙ୍କ ମା'ଙ୍କ ଅପରେସନ ପାଇଁ ସୁପରଷ୍ଟାର ସଲମାନ ଖାନ ଓ ତାଙ୍କ ଭାଇ, ଅଭିନେତା ସୋହେଲ ଖାନ ରାକ୍ଷୀଙ୍କୁ ସହଯୋଗର ହାତ ବଢାଇଥିଲେ । ସେପଟେ ଦୁଇ ଭାଇଙ୍କ ପ୍ରଶଂସା କରି ରାସ୍ତାରେ ମୁଣ୍ଡ ନୁଆଁ ନମସ୍କାର କଲେ ରାକ୍ଷୀ । ଭାଇରାଲ ହେଉଛି ତାଙ୍କ ଏହି ଭିଡିଓ ।
- " class="align-text-top noRightClick twitterSection" data="">
କଥାଟି ହେଲା ମା'ଙ୍କୁ ସାକ୍ଷାତ କରି ହସ୍ପିଟାଲରୁ ବାହାରିବା ପରେ ମିଡିଆ କ୍ୟାମେରାରେ କଏଦ ହୋଇଥିଲେ ରାକ୍ଷୀ । ଆଉ ନିଜ ପ୍ରତିକ୍ରିୟା ରଖି ସଲମାନଙ୍କ ପ୍ରଶଂସା କରିବା ସହ ମୁଣ୍ଡ ନୁଆଁଇ ଧନ୍ୟବାଦ ଜଣାଇଲେ ସେ । ଖାଲି ଏତିକି ନୁହେଁ ଏହା କହି ସେ କାନ୍ଦି ମଧ୍ୟ ପାଇଥିଲେ ।
ପ୍ରକାଶ ଥାଉକି ରାକ୍ଷୀ ଅପରେସନ ପୂର୍ବରୁ ମା'ଙ୍କ ଏକ ଭିଡିଓ ମଧ୍ୟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ମା'ଙ୍କୁ ସାହସ ଦେଉଥିବାର ନଜର ଆସିଥିଲେ ।