ETV Bharat / sitara

ଅର୍ଜୁନଙ୍କୁ ମିସ୍ କରୁଛନ୍ତି ସୋନମ, ସେୟାର କଲେ ପିଲାବେଳର ଫଟୋ

author img

By

Published : Apr 16, 2021, 11:58 AM IST

ଭାଇରାଲ ହେଲା ଅର୍ଜୁନ ଓ ସୋନମଙ୍କ ପିଲାବେଳର ଫଟୋ । ଯାହାକୁ ସେୟାର କରି ଅର୍ଜୁନଙ୍କୁ ମିସ୍ କରିବା କଥା ଜଣାଇଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର

ମୁମ୍ବାଇ: ବି-ଟାଉନର ଡିଭା ସୋନମ କପୁର ବର୍ତ୍ତମାନ ନିଜ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ଲଣ୍ଡନରେ ଅଛନ୍ତି । ଗତ ବର୍ଷରୁ ସେ ନିଜ ପରିବାରଠୁ ଦୂରରେ ଥିବାରୁ ସମସ୍ତଙ୍କୁ ଖୁବ୍ ମିସ୍ କରୁଥିବାର ନଜର ଆସୁଛନ୍ତି । ଏଥର ତାଙ୍କୁ ମନେ ପଡିଯାଇଛି କଜନ ଭାଇ ଅର୍ଜୁନ କପୁରଙ୍କ କଥା । ଆଉ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ମନ କଥା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର

ଆଜ୍ଞା ହଁ, ଇନଷ୍ଟାଗ୍ରାମରେ ଅର୍ଜୁନଙ୍କ ସହ ନିଜର ପିଲାବେଳେ ଫଟୋ ପୋଷ୍ଟ କରି ସୋନମ ଲେଖିଛନ୍ତି, ମିସ୍ ୟୁ ଆଣ୍ଡ ଲଭ ୟୁ ।’ ସେହିପରି ଫଟୋରେ ଦୁଇ ଭାଇ-ଭଉଣୀଙ୍କ କ୍ୟୁଟ ଅନ୍ଦାଜ ଦେଖିବାକୁ ମିଳୁଛି ।

ପ୍ରକାଶ ଥାଉକି ଅର୍ଜୁନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ଏକ ଭିଲେନ ରିଟର୍ଣ୍ଣ’ର ସୁଟିଂ ପାଇଁ ଗୋଆରେ ଅଛନ୍ତି । ତାଙ୍କ ସହ ଏହି ଫିଲ୍ମରେ ରୋମାନ୍ସ କରୁଥିବାର ନଜର ଆସିବେ ସୁନ୍ଦରୀ ତାରା ସୁତାରିଆ । ସେହିପରି ଗତ ଜାନୁଆରୀରେ ସୋନମ ନିଜର ଅପକମିଂ ଫିଲ୍ମ ‘ବ୍ଲାଇଣ୍ଡ’ର ସୁଟିଂ ଆରମ୍ଭ କରିଥିଲେ । ଯେଉଁଥିରେ ସେ ଜଣେ ଦୃଷ୍ଟିବାଧିତ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.