ETV Bharat / sitara

ସ୍ବାମୀଙ୍କ ସହ ଫଟୋ ପୋଷ୍ଟ କରି ଏମିତି ଲେଖିଲେ ସୋନମ..

author img

By

Published : Dec 5, 2020, 1:55 PM IST

ଭାଇରାଲ ହେବାରେ ଲାଗିଛି ସୋନମ କପୁରଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ । ଲଣ୍ଡନ ବରଫ ବର୍ଷା ସ୍ବାମୀଙ୍କ ସହ ଏନଜୟ କରୁଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର

ମୁମ୍ବାଇ: ବଲିଉଡର ଡିଭା ସୋନମ କପୁର କେବେ ମଧ୍ୟ ସୁଯୋଗ ଛାଡନ୍ତି ନାହିଁ ସ୍ବାମୀ ତଥା ବିଜନେସମ୍ୟାନ ଆନନ୍ଦ ଆହୁଜାଙ୍କ ପ୍ରଶଂସା କରିବାରେ । ସେ ପ୍ରାୟତଃ ଆନନ୍ଦଙ୍କ ପାଇଁ ସୋସିଆଲ ମିଡିଆରେ ନିଜ ପ୍ରେମ ପ୍ରକାଶ କରି ଲେଖନ୍ତି ସ୍ପେଶାଲ ନୋଟ୍ । ଏମିତି ପୁଣିଥରେ ଶୁକ୍ରବାର ତାଙ୍କ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ସେ ଆନନ୍ଦଙ୍କ ସହ ଲଣ୍ଡନ ଭେକେସନର କିଛି ସୁନ୍ଦର ଫଟୋ ପୋଷ୍ଟ କରି ଲେଖିଛନ୍ତି ଏକ ନୋଟ୍ । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି ।

‘ନୀରଜା’ ଫେମ ସୋନମ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ସ୍ବାମୀଙ୍କ ସହ ଭଲପାଇବା ସମୟରୁ କିଛି ନିର୍ଦ୍ଦିଷ୍ଟ ମୁହୁର୍ତ୍ତ ପ୍ରଦର୍ଶନ କରିଥିଲେ । ଗୋଟିଏ ଫଟୋରେ ବରଫ ବର୍ଷାରେ ଆନନ୍ଦଙ୍କ ସହ ଏନଜୟ କରୁଥିବାର ନଜର ଆସୁଥିବା ବେଳେ ଅନ୍ୟ ଫଟୋରେ ସେ ତାଙ୍କ ସହ ଚାଲିକି ଯାଉଥିବାର ଦେଖାଯାଉଛନ୍ତି ।

ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଆଇ ଲଭ ୟୁ । ତୁମେ ମୋର ପ୍ରତେକ ଦିନକୁ ଶାନଦାର କରିଦିଅ ।’ ତାଙ୍କ ଏହି ପୋଷ୍ଟକୁ ଏଯାବତ 2 ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଲାଣି । ସେପଟେ ଫ୍ୟାନ୍ସଙ୍କ ବ୍ୟତୀତ ଅଭିନେତ୍ରୀ ଦିୟା ମିର୍ଜା ଓ ପତ୍ରଲେଖା ହାର୍ଟ ଇମୋଜି ମଧ୍ୟ କମେଣ୍ଟରେ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.