ETV Bharat / sitara

ରିଆ@34, ଭଉଣୀ ସୋନମ କହିଲେ ଏମିତି କିଛି...

author img

By

Published : Mar 5, 2021, 1:47 PM IST

ଥ୍ରୋବ୍ୟାକ ଫଟୋ ପୋଷ୍ଟ କରି ଭଉଣୀ ରିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୋନମ । ଭାଇରାଲ ହେଲା ଫଟୋ । 34 ବର୍ଷରେ ପାଦ ଥାପିଲେ ରିଆ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର

ମୁମ୍ବାଇ: ବି-ଟାଉନର ଡିଭା ସୋନମ କପୁର ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ପୋଷ୍ଟ କରୁଥିବାର ନଜର ଆସନ୍ତି। ଯାହା ଜରିଆରେ ସେ ଫ୍ୟାନ୍ସଙ୍କୁ ଏଣ୍ଟରଟେନମେଣ୍ଟ କରନ୍ତି । ହେଲେ ଇତିମଧ୍ୟରେ ନିଜ ସୋଲ ମେଣ୍ଟ ତଥା ଭଉଣୀ ରିଆ କପୁରଙ୍କୁ ସ୍ପେଶାଲ ଅନ୍ଦାଜରେ ବର୍ଥଡେ ୱିଶ କରିଛନ୍ତି । ଆଉ ଲେଖିଛନ୍ତି ମନ କଥା ।

ଆଜି 34 ବର୍ଷରେ ପଦାର୍ପଣ କଲେ ଅନିଲ କପୁରଙ୍କ ସାନ ଝିଅ ରିଆ । ଏହି ଅବସରରେ ଭଉଣୀଙ୍କ ସହ ନିଜର ଏକ ଥ୍ରୋବ୍ୟାକ ଫଟୋ ପୋଷ୍ଟ କରି ସୋନମ ଲେଖିଛନ୍ତି, ‘ହାପି ବର୍ଥଡେ ମାଇଁ ସୋଲମେଟ, ବେଷ୍ଟଫ୍ରେଣ୍ଡ, ସିଷ୍ଟର ରିଆ । ଏହି ଫାଲତୁ ସମୟ ପାଇଁ ପ୍ରଥମଥର ମୁଁ ତୁମ ଜନ୍ମଦିନରେ ପାଖରେ ନାହିଁ । ହେଲେ ମୁଁ ତୁମକୁ ବହୁତ ଭଲ ପାଉଛି ଏବଂ ସବୁବେଳେ ମିସ୍ ମଧ୍ୟ କରୁଛି । ତୁମର ସ୍ମାର୍ଟ, ସମବେଦନା, ଦାନ ଏବଂ ପ୍ରେମ କ୍ଷେତ୍ରରେ କେହି ନିକଟତର ନୁହେଁ। ସବୁବେଳେ ମୋ ସାଥିରେ ଠିଆ ହୋଇଥିବାରୁ ଧନ୍ୟବାଦ ।’

ପ୍ରକାଶ ଥାଉକି ରିଆ 2016ରେ ପ୍ରଯୋଜନା କ୍ଷେତ୍ରରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ । ତାଙ୍କ ପ୍ରଯୋଜନାରେ ନିର୍ମାଣ ହୋଇଥିଲା ସୋନମଙ୍କ ମଲ୍ଟୀ ଷ୍ଟାରର ଫିଲ୍ମ ‘ବୀରେ ଦି ୱେଡିଂ’। ଫିଲ୍ମକୁ ଭଲ ସଫଳତା ମଧ୍ୟ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.