ETV Bharat / sitara

ପ୍ରଯୋଜକ ଓ ଅଭିନେତାଙ୍କୁ ସାହାଯ୍ୟ ମାଗିଲେ ବଲିଉଡ ଡାନ୍ସର - ବଲିଉଡରେ କୋରୋନା ପ୍ରଭାବ

ସବୁ ଫିଲ୍ମର ପଛରେ ଡାନ୍ସ କରୁଥିବା ଅନେକ ପୁଅ ଓ ଝିଅ ଲକଡାଉନରେ ନାନା ସମସ୍ୟାରେ ପଡିଛନ୍ତି । ଏନେଇ ନିକଟରେ ସେମାନେ ବଲିଉଡ ପ୍ରଡ୍ୟୁସର ଓ ଆକ୍ଟରଙ୍କୁ ସାହାଯ୍ୟ ଭିକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ପ୍ରଡ୍ୟୁସର ଓ ଆକ୍ଟରଙ୍କୁ ସାହାଯ୍ୟ ମାଗିଲେ ବଲିଉଡ ଡାନ୍ସର

author img

By

Published : May 18, 2020, 5:19 PM IST

ମୁମ୍ବାଇ: କୋରୋନା ଭୂତାଣୁ ଯୋଗୁଁ ଜାରି ଲକଡାଉନରେ ସମସ୍ତେ ପ୍ରଭାବିତ । ସବୁ ସେକ୍ଟରରେ ଏହାର ଗଭୀର ପ୍ରଭାବ ପଡିଛି । ଏଥିରୁ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ବାଦ ପଡିନାହିଁ । ନିର୍ଦ୍ଦେଶକ, ପ୍ରଯୋଜକ, ଆକ୍ଟର, ସ୍ପଟ ବୟ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଶହ ଶହ ଦିନ ମଜୁରିଆ ସମସ୍ତେ ଅସୁବିଧାରେ ପଡିଛନ୍ତି ।

ଏହି ସମୟରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବଲିଉଡର ବ୍ୟାକ୍ ଡାନ୍ସର । ସବୁ ଫିଲ୍ମର ପଛରେ ଡାନ୍ସ କରୁଥିବା ଅନେକ ପୁଅ ଓ ଝିଅ ଲକଡାଉନରେ ନାନା ସମସ୍ୟାରେ ପଡିଛନ୍ତି । ଏନେଇ ନିକଟରେ ସେମାନେ ବଲିଉଡ ପ୍ରଡ୍ୟୁସର ଓ ଆକ୍ଟରଙ୍କୁ ସାହାଯ୍ୟ ଭିକ୍ଷା କରିଛନ୍ତି । ସୋସିଆଲ ମିଡିଆରେ ଏହା ଉପରେ ଏମାନେ ଏକ ଭିଡିଓ ଛାଡିଛନ୍ତି । ଏଥିରେ ଡାନ୍ସରମାନେ ବିଭିନ୍ନ ପ୍ଲାକାର୍ଡ ଧରିଥିବାର ନଜର ଆସୁଛନ୍ତି । ଏଥିରେ ଲକଡାଉନବେଳେ ସେମାନେ ଭୋଗୁଥିବା ସମସ୍ୟା ବିଷୟରେ ଉଲ୍ଲେଖ କରିଛନ୍ତି ।

ଏଥିରେ ସେମାନେ ଲେଖିଛନ୍ତି ଯେ ଆମେ ଦିନ ମଜୁରିଆ ହେଲେ ମଧ୍ୟ ସବୁଦିନ କାମ ମିଳୁନାହିଁ । ଆମେ ଭିତରୁ ଅନେକଙ୍କ ଆୟରେ ପରିବାର ଚଳେ । ଦେଶର ବିଭିନ୍ନ ରାଜ୍ୟରୁ ଆସି ଏଠାରେ ଭଡା ନେଇ ରହୁଛୁ । ପ୍ରବାସୀ ଶ୍ରମିକ ହୋଇନଥିବାରୁ ଆମକୁ ରାଜ୍ୟମାନେ ଫେରାଇ ନେଉନାହାନ୍ତି । ବର୍ତ୍ତମାନ ଆର୍ଥିକ ସମସ୍ୟା ଯୋଗୁଁ ଆମ ଚଳିବାରେ ଅସୁବିଧା ଦେଖାଦେଇଛି । ଘରଭଡା, ଇଲେକ୍ଟ୍ରିକ୍ ବିଲ୍, ଫୋନ ରିଚାର୍ଜ, ଗ୍ରୋସରୀ, ମେଡିସିନ କିଛି ବି ଆମେ କିଣିପାରୁନାହୁଁ । ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ବେ ଘର ମାଲିକ ଘରଭଡା ମାଗୁଛନ୍ତି । ନଦେଲେ ଘର ଖାଲି କରିବାର ଧମକ ଦେଉଛନ୍ତି ବୋଲି ଏହି ଭିଡିଓରେ ଡାନ୍ସରମାନେ କହିଛନ୍ତି ।

ବଲିଉଡର ସମସ୍ତ ପ୍ରଯୋଜକ ଓ ଆକ୍ଟରଙ୍କୁ ଏମାନେ ସହାୟତା ପାଇଁ ନିବେଦନ କରିଛନ୍ତି । ସବୁବେଳେ ସମସ୍ତଙ୍କ ହସଖୁସି, ରିହରସାଲ ସବୁଥିରେ ଏମାନେ ସାଥ୍ ଦେଇଥାନ୍ତି । ପଛରେ ଥାଇ ଗୋଟିଏ ସିନକୁ ପୁରା କରିବାରେ ଏମାନେ ସାହାଯ୍ୟ କରିଥାନ୍ତି । ତେଣୁ ଏମାନଙ୍କ ପ୍ରତି ଧ୍ୟାନ ଦେବାକୁ ବିଭିନ୍ନ କୋରିଓଗ୍ରାଫର ସୋସିଆଲ ମିଡିଆରେ ଲେଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.