ETV Bharat / sitara

କିଶୋର କୁମାରଙ୍କ 91 ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସେଲିବ୍ରିଟି - କିଶୋର କୁମାରଙ୍କର 91 ତମ ଜନ୍ମ ବାର୍ଷିକୀରେ

ଆଜି କିଶୋର କୁମାରଙ୍କ 91 ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ଅନେକ ବଲିଉଡ ସେଲିବ୍ରିଟି ଭେଟେରାନ ଗାୟକଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଧିକ ପଢନ୍ତୁ...

bollywood celebs pays tribute to kishore kumar on his 91st birthday
କିଶୋର କୁମାରଙ୍କର 91 ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସେଲିବ୍ରିଟି
author img

By

Published : Aug 4, 2020, 8:41 PM IST

ମୁମ୍ବାଇ: ଭାରତୀୟ ପ୍ଲେ ବ୍ୟାକ ଗାୟକ, ଅଭିନେତା, ଲେଖକ, ଚଳଚ୍ଚିତ୍ର ନିର୍ମାତା, ସଂଗୀତଜ୍ଞ, ସ୍କ୍ରିନ୍ ରାଇଟର୍ କିଶୋର କୁମାର 4 ଅଗଷ୍ଟ 1929 ରେ ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।

କିଶୋର କୁମାରଙ୍କ ପ୍ରକୃତ ନାମ ଥିଲା ଆଭାସ କୁମାର । କିଶୋର କୁମାର ଆମ ମଧ୍ୟରେ ନାହାଁନ୍ତି କିନ୍ତୁ ତାଙ୍କର ସ୍ମୃତି ସର୍ବଦା ଆମମାନଙ୍କ ସହିତ ଜୀବନ୍ତ ଅଛି ।

ଆଜି କିଶୋର କୁମାରଙ୍କ 91 ତମ ଜୟନ୍ତୀରେ ଅନେକ ବଲିଉଡ ସେଲିବ୍ରିଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ବଲିଉଡର ମହାନ ପ୍ଲେବ୍ୟାକ୍ ଗାୟିକ ଲତା ମଙ୍ଗେସ୍କର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ କିଶୋରଙ୍କ ଗୀତର ଏକ ଲିଙ୍କ୍ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ନମସ୍କାର। ଆଜି ଆମର କିଶୋରଙ୍କ ଜୟନ୍ତୀ । କିଶୋର ଦା ଜଣେ ଅଲରାଉଣ୍ଡର ଥିଲେ । ତାଙ୍କର ପ୍ରିୟ କାମ ଥିଲା ଦିନସାରା ସମସ୍ତଙ୍କୁ ହସାଇବା । ଏସବୁ ସତ୍ତ୍ବେ ସେ ନିଜ କାର୍ଯ୍ୟରେ ଶତପ୍ରତିଶତ ନିଶ୍ଚିତ ଥିଲେ ।

ହିନ୍ଦୀ ଚଳଚ୍ଚିତ୍ରର କବି ତଥା ଗୀତିକାର ତଥା ସ୍କ୍ରିନ୍ ରାଇଟର୍ ଜାଭେଦ୍ ଅଖତର ମଧ୍ୟ କିଶୋରଙ୍କୁ ସ୍ମରଣ କରି ଏକ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ଆଜି କିଶୋରଙ୍କ ଜନ୍ମ ବାର୍ଷିକୀ । କିଶୋର ଦା ଆମେ ଆପଣଙ୍କୁ ବହୁତ ମିସ୍ କରୁଛୁ ।

ଏହା ସହିତ ଅନୁପମ ଖେର ଟ୍ୱିଟରରେ ନିଜର ଏକ ଭିଡିଓ ସେୟାର କରିଥିଲେ । ଯେଉଁଠାରେ ସେ ଫେମସ ସଙ୍ଗୀତକାରଙ୍କ ଦ୍ୱାରା 'ଏକ୍ ଲଡକୀ ଭିଗି ଭାଗୀ ସି' ଏବଂ 'ମେରେ ନେନା ସାୱନ୍ ଭାଦୋ' ଭଳି କିଛି ଗୀତ ଗାଉଥିବାର ନଜର ଆସିଛନ୍ତି ।

ଅନୁପମ ଭିଡିଓରେ କହିଛନ୍ତି, ଆଜି କିଶୋର କୁମାର ସାହେବଙ୍କ ଜନ୍ମ ବାର୍ଷିକୀ । ଆମ ଜୀବନକୁ ଗୀତରେ ଭରପୁର କରିବା ବ୍ୟତୀତ କିଶୋର ସାହେବ ମଧ୍ୟ ଆମ ଜୀବନକୁ ରଙ୍ଗରେ ପରିପୂର୍ଣ୍ଣ କରିଛନ୍ତି । ସେ ଆମର ଜୀବନ ଯାତ୍ରାକୁ ସହଜ କରିଥିଲେ । ମୁଁ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ।

ପ୍ରକାଶ ଥାଉ କି, ଅକ୍ଟୋବର 13, 1987 ରେ କିଶୋର କୁମାର ଏହି ଦୁନିଆକୁ ବିଦାୟକୁ ଅଲବିଦା ଜଣାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.