ETV Bharat / sitara

ନର୍ସଙ୍କୁ ବଲିଉଡ ସେଲିବ୍ରିଟିଙ୍କ ଧନ୍ୟବାଦ

author img

By

Published : May 12, 2020, 2:56 PM IST

ମଙ୍ଗଳବାର ବିଶ୍ବ ନର୍ସ ଦିବସ ଅବସରରେ ଦେଶର ସମସ୍ତ ନର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଲିଉଡଡ ସେଲିବ୍ରିଟି । ସେମାନଙ୍କ କାମ ଓ ତ୍ୟାଗକୁ ସମ୍ମାନ ଜଣାଇ ନର୍ସଙ୍କୁ ପ୍ରକୃତ ହିରୋ ବୋଲି ବର୍ଣ୍ଣନା କରିଛନ୍ତି । ଅଧିକ ପଢନ୍ତୁ...

ନର୍ସଙ୍କୁ ବଲିଉଡ ସେଲିବ୍ରିଟିଙ୍କ ଧନ୍ୟବାଦ
ନର୍ସଙ୍କୁ ବଲିଉଡ ସେଲିବ୍ରିଟିଙ୍କ ଧନ୍ୟବାଦ

ମୁମ୍ବାଇ: କୋରୋନା ମହାମାରୀକୁ ମୁକାବିଲା କରିବାରେ ସମସ୍ତ କୋରୋନା ଯୋଦ୍ଧା ଲାଗିଛନ୍ତି । ଲୋକଙ୍କ ପାଇଁ ଏମାନେ ନିଜ ଜୀବନକୁ ବିପଦରେ ପକାଇଛନ୍ତି । ତେବେ ଯଦି କିଏ ସବୁଠାରୁ ଅଧିକ ବିପଦପୂର୍ଣ୍ଣ ଭାବେ କାମ କରୁଛି ସେମାନେ ହେଉଛନ୍ତି ଡାକ୍ତର ଓ ନର୍ସ । ଆଉ ଡାକ୍ତରଙ୍କ ପ୍ରଶଂସା ଆଗରେ ନର୍ସଙ୍କୁ ସମସ୍ତ ଭୁଲି ଯାଉଛନ୍ତି ।

ତେବେ ମଙ୍ଗଳବାର ବିଶ୍ବ ନର୍ସ ଦିବସ ଅବସରରେ ଦେଶର ସମସ୍ତ ନର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଲିଉଡ ସେଲିବ୍ରିଟି । ସେମାନଙ୍କ କାମ ଓ ତ୍ୟାଗକୁ ସମ୍ମାନ ଜଣାଇ ନର୍ସଙ୍କୁ ପ୍ରକୃତ ହିରୋ ବୋଲି ବର୍ଣ୍ଣନା କରିଛନ୍ତି । ଟ୍ବିଟରରେ ନର୍ସଙ୍କ ଫଟୋ ସେୟାର କରି ହ୍ୟାସଟାଗ୍ ଅନ୍ତର୍ଜାତୀୟ ନର୍ସ ଦିବସ ଲେଖି ସେମାନଙ୍କ କାମକୁ ପ୍ରଶଂସା କରିଛନ୍ତି । ଅଭିଷେକ ବଚ୍ଚନ ଜଣେ ନର୍ସଙ୍କ ଆର୍ଟ ୱାର୍କ ସେୟାର କରି ଲେଖିଛନ୍ତି ଯେ ସମ୍ମାନ ଓ କୃତଜ୍ଞତା । ଥ୍ୟାଙ୍କ ୟୁ ହିରୋଜ । ସେହିପରି କାଜୋଲ ଟ୍ବିଟରେ ଲେଖିଛନ୍ତି ଯେ ପ୍ରତି ମାସ୍କ ପଛରେ ଜଣେ ହିରୋ ଥାଏ । ଯିଏ ନୀରବ ଭାବେ ନିଜ କାମ କରିଚାଲିଛି ଓ ପୁରା ବିଶ୍ବକୁ ବଞ୍ଚାଉଛି । ସମସ୍ତ ହିରୋଙ୍କୁ ଧନ୍ୟବାଦ । ସମସ୍ତ ନର୍ସଙ୍କୁ ଧନ୍ୟବାଦ ।

ସେହିପରି ଆକ୍ଟର ସଞ୍ଜୟ ଦତ୍ତ ମଧ୍ୟ ନର୍ସଙ୍କ କାମକୁ ପ୍ରଶଂସା କରି ଲେଖିଛନ୍ତି ଯେ ଅନେକ ଜୀବନ କେବଳ ଏମାନଙ୍କ ନିସ୍ବାର୍ଥପର କାମ ଯୋଗୁଁ ବଞ୍ଚିପାରିଛି । ନିଜ ଜୀବନକୁ ବିପଦରେ ପକାଇ ଏମାନେ ଲୋକଙ୍କ ସେବା କରୁଛନ୍ତି । ଏଥିପାଇଁ କେବଳ ଧନ୍ୟବାଦ ସେମାନଙ୍କ ପାଇଁ ଯଥେଷ୍ଟ ନୁହେଁ । ସେହିପରି କ୍ରିକେଟର ତେନ୍ଦୁଲକର ନର୍ସଙ୍କୁ ସାଇଲେଣ୍ଟ ଗାର୍ଡିଆନ କହିବା ସହ ସମସ୍ତ ନର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେମାନଙ୍କ ଯତ୍ନ ଓ ଉପଯୁକ୍ତ ସେବା ଫଳରେ ବିଶ୍ବରେ ଅନେକ ଜୀବନ ବଞ୍ଚିପାରିଛି ବୋଲି ସେ ଟ୍ବିଟ କରି ଲେଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.