ETV Bharat / sitara

ଅମ୍ଫାନରେ ପ୍ରଭାବିତ ଲୋକଙ୍କ ପାଇଁ ଚିନ୍ତିତ ବି-ଟାଉନ

author img

By

Published : May 22, 2020, 9:45 PM IST

ସୋସିଆଲ ମିଡିଆରେ ପୋଷ୍ଟ କରି ବାତ୍ୟା ଅମ୍ଫାନରେ ପ୍ରଭାବିତ ଲୋକଙ୍କୁ ସାହସ ଯୋଗାଇଛନ୍ତି ବଲିଉଡ ସେଲିବ୍ରିଟି।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଗତ 20 ତାରିଖରେ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଥିଲା ବାତ୍ୟା ଅମ୍ଫାନ। ଏହି ବାତ୍ୟାରେ ଅନେକ ଧନଜୀବନ ଚାଲିଯିବା ସହ କ୍ଷତିଗ୍ରସ୍ତ ହୋଇଛି ବିଭିନ୍ନ ସ୍ଥାନ । ଅମ୍ଫାନର ପ୍ରଭାବ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନର ପରିସ୍ଥିତି ଉପରେ ଅନେକ ସେଲିବ୍ରିଟି ଚିନ୍ତା ପ୍ରକାଶ କରିଛନ୍ତି । ଏହି କ୍ରମରେ ସର୍ବପ୍ରଥମେ ସୁପରଷ୍ଟାର ତଥା ପଶ୍ଚିମବଙ୍ଗର ବ୍ରାଣ୍ଡ ଆମ୍ବାସଡର ଶାହରୁଖ ଖାନ ନଜର ଆସିଛନ୍ତି ।

tweet
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ

ଚିନ୍ତା ପ୍ରକାଶ କରି ଶାହରୁଖ ଏକ ଟ୍ବିଟରେ ଲେଖିଛନ୍ତି, ‘ଅମ୍ଫାନରେ ପଶ୍ଚିମବଙ୍ଗ ଓ ଓଡିଶାରେ ପ୍ରଭାବିତ ହୋଇଥିବା ଲୋକଙ୍କ ସହ ମୋର ପ୍ରର୍ଥନା, ପ୍ରେମ ରହିଛି । ଏହି ଖବର ମୋତେ ଭାଙ୍ଗିଦେଇଛି । ପ୍ରଭାବିତ ଲୋକେ ମୋ ନିଜର । ମୋ ପରିବାର ଭଳି । ଆମକୁ ଏହି ଜଟିଳ ପରିସ୍ଥିତିରେ ମଜବୁତ ରହିବାର ଆବଶ୍ୟକ ଅଛି । ଆମେ ପୁଣି ଏକାଠି ହସିବା ।’

ଶାହରୁଖଙ୍କ ବ୍ୟତୀତ କରୀନା କପୁର ଖାନ ମଧ୍ୟ ଅମ୍ଫାନରେ ପ୍ରଭାବିତ ହୋଇଥିବା ଲୋକଙ୍କ ପ୍ରତି ଚିନ୍ତା ଜାହିର କରିଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଆମ ସମସ୍ତଙ୍କୁ ଏବେ ଭାବିବାର କଥା।’

ଏହି ଦୁଇ ଷ୍ଟାର୍ସଙ୍କ ବ୍ୟତୀତ ଅନୁଷ୍କା ଶର୍ମା, ଅନୁପମ ଖେର, ଶବାନା ଆଜମୀ, ରିତେଶ ଦେଶମୁଖ ଓ ନିମରତ କୌର ପ୍ରଭାବିତ ଲୋକଙ୍କ ସୁରକ୍ଷା ପାଇଁ ସୋସିଆଲ ମିଡିଆରେ ପ୍ରର୍ଥନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.