ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା କେବଳ ପଶୁପ୍ରେମୀ ନୁହନ୍ତି, ସେ ପୁଶୁପକ୍ଷୀଙ୍କ ଅଧିକାର ପାଇଁ ମଧ୍ୟ ସ୍ବର ଉତ୍ତୋଳନ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ଆଉ ସବୁବେଳେ ଜୀବଜନ୍ତୁ ସୁରକ୍ଷା ପ୍ରସଙ୍ଗ ଉପରେ ନିଜ ପ୍ରତିକ୍ରିୟା ମଧ୍ୟ ରଖନ୍ତି । ନିକଟରେ ସେ ନିଜ ସୋସିଆଲ ମିଡିଆରେ ୱର୍ଲିରେ ବୁଲା କୁକୁରଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ମାମଲା ରୁଜୁ କରିଛନ୍ତି । ଯାହା ତାଙ୍କ ଆତ୍ମାକୁ ଥରାଇ ଦେଇଛି ।
ଅନୁଷ୍କା ଇନଷ୍ଟାଗ୍ରାମରେ ଏକ ବୁଲା କୁକୁରର ଫଟୋ ସେୟାର କରି ନିକଟରେ ଘଟିଥିବା ଘଟଣା ବିଷୟରେ ଫ୍ୟାନ୍ସଙ୍କୁ ଜଣାଇବା ସହ ସେମାନଙ୍କ ପାଇଁ ବାହାରିବାକୁ ମଧ୍ୟ କହିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, "ଏହି ଘଟଣାରେ ଅମାନବିକତା ଅବିଶ୍ୱସନୀୟ ଭଳି ଲାଗୁଛି । ଏହି ସମୟରେ ଆମକୁ ଆଗକୁ ବଢିବା ସହ ସେମାନଙ୍କୁ ନ୍ୟାୟ ଦେବାକୁ ପଡିବ, ଯେଉଁମାନେ ନିଜ ପାଇଁ ଠିଆ ହୋଇ ପାରୁନାହାଁନ୍ତି । ଯଦି କୌଣସି ରାସ୍ତା ଅଛି ତେବେ କେହି ସାହାଯ୍ୟ କରିବାକୁ ପହଞ୍ଚି ପାରିବେ । ଏବେ ସମୟ ଆସିଯାଇଛି । ଦୟା କରି ସବୁ ସୂଚନା ପାଇଁ ବାମ ପଟକୁ ସ୍ବାଇପ କରନ୍ତୁ । "
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ଅନୁଷ୍କାଙ୍କ ପୂର୍ବରୁ ବି-ଟାଉନର ଡିଭା ସୋନମ କପୁର ମଧ୍ୟ ଏହି ଘଟଣାର ସୂଚନା ଦେଇଥିଲେ । ଆଉ ନିଜ ପ୍ରଶଂସକଙ୍କୁ ବୁଲା କୁକୁରଙ୍କ ବର୍ତ୍ତମାନର ସ୍ଥିତି ବିଷୟରେ ଜଣାଇଥିଲେ ।
ଏହି ଘଟଣାଟି ଜୁଲାଇ 24ରେ ଘଟିଥିଲା ଯେବେ ଟୁର୍ଫ ଭିୟ୍ୟୁ ବିଲଡିଂର ଦ୍ବିତୀୟ ମହଲାରେ ରହୁଥିବା ମିଷ୍ଟର ଭାଟ୍ଟିଆଙ୍କ ଅନୁମତିରେ ବିଲଡିଂର ୱାଚମ୍ୟାନ ସେଠାରେ ବର୍ଷା ପାଇଁ ଆଶ୍ରୟ ନେଉଥିବା ଏକ ବୁଲା କୁକୁରଙ୍କୁ ମାଡ ମାରିବାକୁ କୁହାଯାଇଥିଲା ଏବଂ ଅଚେତ ଅବସ୍ଥାରେ ସେଠାରେ କୁକୁରକୁ ଛାଡିଦେଇ ପଳାଇଥିଲା ୱାଚମ୍ୟାନ।
ଏହି ଘଟଣାଟି ସେଠାରେ ଲାଗିଥିବା ସିସିଟିଭରେ କଏଦ ହୋଇଯିବାରୁ ସାମ୍ନାକୁ ଆସିପାରିଛି । ଯାହାକୁ ଆଧାର କରି ବଲିଉଡ ଅଭିନେତ୍ରୀ ବୁଲା କୁକୁର ସୁରକ୍ଷା ପାଇଁ ଫ୍ୟାନ୍ସଙ୍କ ସମର୍ଥନ ଆବଶ୍ୟକ କରିବା ସହ କେସ ମଧ୍ୟ ରୁଜୁ କରିଛନ୍ତି । ଏହି ମାମଲାରେ ଗତ କାଲି ୱାର୍ଲି ପୋଲିସ ଷ୍ଟେସନରେ ବମ୍ବେ ଆନିମଲ୍ ରାଇଟ୍ସ ଦ୍ବାରା ମାମଲା ରୁଜୁ କରାଯାଇଛି।