ଭୁବନେଶ୍ବର: ନିଜ ଆଗାମୀ ମଲ୍ଟି ଷ୍ଟାରର ଫିଲ୍ମ ‘ଲୁଡୋ’କୁ ନେଇ ଚର୍ଚ୍ଚାରେ ଦବଙ୍ଗ ଗାର୍ଲ ସନୟା ମଲହୋତ୍ରା । ଇତିମଧ୍ୟରେ ସେ ଫିଲ୍ମ ସୁଟିଂରୁ ଫୁରସତ ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି । ସେ ଭୁବନେଶ୍ବର ସ୍ଥିତ ଏସପ୍ଲାନେଡ଼ ମଲରେ ଲୋଞ୍ଜିନସ ବ୍ରାଣ୍ଡ ହାତ ଘଣ୍ଟା ଲଞ୍ଚିଂ ଇଭେଣ୍ଟରେ ଯୋଗ ଦେବାକୁ ଆସିଛନ୍ତି।
ଏହି ଅବସରରେ ସେ ଇଟିଭି ଭାରତ ପ୍ରତିନିଧିଙ୍କୁ ଏକ ସ୍ବତନ୍ତ୍ର ସାକ୍ଷାତକାର ମଧ୍ୟ ଦେଇଛନ୍ତି । ଏହି ସାକ୍ଷାତକାରରେ ସେ ଅନେକ କଥା ଦର୍ଶକଙ୍କ ସହ ସେୟାର କରିଛନ୍ତି । ଯେମିତି କି ସେ ଭାରତେର ଭ୍ରମଣ କରିବାକୁ ଖୁବ୍ ପସନ୍ଦ କରନ୍ତି। ତାଙ୍କ ଆଗାମୀ ଫିଲ୍ମ, ଆଉ ସମୟ ପାଇଲେ ଓଡିଶା ବୁଲିବାକୁ ନିହାତି ଆସିବେ ବୋଲି କହିଛନ୍ତି। ସେ ପ୍ରଥମ ଥର ପାଇଁ ଓଡିଶା ଆସିଥିବାବେଳେ ଫାଙ୍କା ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିବାକୁ ଆସିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।
ପ୍ରକାଶ ଥାଉକି ଅନୁରାଗ ବାସୁଙ୍କ ଆଗାମୀ ଫିଲ୍ମ ‘ଲୁଡୋ’ରେ ସନୟାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ହ୍ୟାଣ୍ଡସମ ଆକ୍ଟର ଆଦିତ୍ୟ ରାୟ କପୁର। ଏହି ଯୋଡି ବ୍ୟତୀତ ଫିଲ୍ମରେ ରାଜକୁମାର ରାଓ ଏବଂ ଅଭିଷେକ ବଚ୍ଚନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ