ETV Bharat / sitara

ଦିଲ୍ଲୀପଙ୍କ ଜନ୍ମଦିନ ପାଳିବେନି ସାୟରା

author img

By

Published : Dec 10, 2020, 3:07 PM IST

ବୟସର ଆଉ ଏକ ପାହାଚରେ ପଦାର୍ପଣ କରିବାକୁ ଯାଉଛନ୍ତି ଦିଲ୍ଲୀପ । ହେଲେ ଏଥର ପାଳନ କରିବେନି ଜନ୍ମଦିନ । ଜାଣନ୍ତୁ କାରଣ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମୁମ୍ବାଇ: ବଲିଉଡର ଭେଟେରାନ୍ ଆକ୍ଟର ଦିଲ୍ଲୀପ କୁମାର ଶୁକ୍ରବାର 98 ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । ଦୀର୍ଘ ସମୟରୁ ଅସୁସ୍ଥ ଥିବା ଦିଲ୍ଲୀପଙ୍କ ଜନ୍ମଦିନ ସବୁ ବର୍ଷ ଧୁମଧାମରେ ପାଳନ କରନ୍ତି ପତ୍ନୀ ତଥା ଅଭିନେତ୍ରୀ ସାୟରା ବାନୁ । ହେଲେ ଏଥର ସେ ସ୍ବାମୀଙ୍କ ଜନ୍ମଦିନ ପାଳନ କରିବେନି । ଯାହାର ଖୁଲାସା ସେ ନିଜେ କରିଛନ୍ତି ।

ଜନ୍ମଦିନ ବିଷୟରେ ଆଲୋଚନା କରି ସେ କହିଛନ୍ତି, ‘ଏବର୍ଷ ପାଳନ ହେବନି ଦିଲ୍ଲୀପ ସାହେବଙ୍କ ଜନ୍ମଦିନ । କାରଣ ଏବର୍ଷ ଆମେ ଅନେକ ଦୁଃଖ ସହିଛୁ । ଦିଲ୍ଲୀପ ସାହେବ ନିଜର ଦୁଇ ଭାଇଙ୍କୁ ନିକଟରେ ହରାଇ ହତାଶ ହୋଇପଡିଛନ୍ତି । ଏହାସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଠିକ୍ ନାହିଁ । ମୁଁ ମଧ୍ୟ ଅସୁସ୍ଥ ଅନୁଭବ କରୁଛି । ଏବର୍ଷ ଆମ ପାଇଁ ଜଟିଳ ବର୍ଷ । ତେଣୁ ଏଭଳି ପରିସ୍ଥିତରେ ବଡ ସେଲିବ୍ରେଶନ କରିବାର କୌଣସି ଅର୍ଥ ନାହିଁ ।’

ପ୍ରକାଶ ଥାଉକି ନିକଟରେ ଦିଲ୍ଲୀପଙ୍କ ଅସୁସ୍ଥ ଥିବା ସୂଚନା ସାୟରା ଫ୍ୟାନ୍ସଙ୍କୁ ଦେଇଥିଲେ । ଅକ୍ଟୋବର 11ରେ ଏହି ଯୋଡି ବିବାହ ବାର୍ଷିକୀ ସେଲିବ୍ରେଟ କରନ୍ତି । ହେଲେ ଏଥର ଦୁଇଜଣ କୌଣସି ସେଲିବ୍ରେଶନ କରିନଥିଲେ । କାରଣ ଏବର୍ଷ ଦିଲ୍ଲୀପଙ୍କ ଦୁଇ ଭାଇଙ୍କ ଦେହାନ୍ତ ହୋଇଥିଲା । ସେଥିପାଇଁ ପରିବାରରେ ଖେଳିଯାଇଥିଲା ଶୋକର ଛାୟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.