ମୁମ୍ବାଇ: ବର୍ତ୍ତମାନ ମନାଲିର ପାହାଡ ସହରରେ ସୁଟିଂ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନ ରାତ୍ରି କର୍ଫ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେ ନିଜର ଏକ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଏହାର ସୂଚନା ଦେଇଛନ୍ତି । ଭାଇରାଲ ହେଉଥିବା ତାଙ୍କ ଫଟୋରେ ଦେଖିବାକୁ ମିଳୁଛି ସେ ମାସ୍କ ଲଗାଇବା ସହ ହୁଡି ଜ୍ୟାକେଟ ପିନ୍ଧିଥିବାର । ସେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ ମଧ୍ୟ ଜଣାଇଛନ୍ତି ।
ଆଉ ସେଲ୍ଫି ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ଯେତେବେଳେ ତୁମେ ମନାଲିରେ ଅଛ ତେବେ ମନାଲି ବାସୀଙ୍କ ପରି କାମ କର । ଗରମ୍ ରହୋ ଭାୟା । ଚିନ୍ତା କରାଯାଉଥିବା ଏବଂ ସ୍ଥାନିତ ହେବାକୁ ଥିବା ନୂତନ ନିୟମଗୁଡ଼ିକ ହେଉଛି, ଜୋରିମନା ଏବଂ କର୍ଫ୍ୟୁ ରାତି 8 ଟାରୁ ସକାଳ 6 ଟା ପର୍ଯ୍ୟନ୍ତ, ପ୍ରକୃତି ମା' ରାତି 8 ପରେ ନିଶ୍ବାସ ନେବେ ।’
- " class="align-text-top noRightClick twitterSection" data="
">
ରବୀନା କିଛି ଦିନରୁ ମନାଲିରେ ସୁଟିଂ କରୁଛନ୍ତି ଏବଂ ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବର୍ତ୍ତମାନ ଉପଭୋଗ କରୁଛନ୍ତି । ସେ ମନାଲିରୁ ନିଜର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ସେୟାର ମଧ୍ୟ କରିସାରିଲେଣି । ଏହି ଟ୍ରିପରେ ତାଙ୍କ ସହ ପରିବାରର କିଛି ସଦସ୍ୟ ଓ କିଛି ବନ୍ଧୁ ମଧ୍ୟ ସାମିଲ ଅଛନ୍ତି ।
ପ୍ରକାଶ ଥାଉକି ତାମିଲ ସୁପରଷ୍ଟାର ୟଶଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘କେଜିଏଫ ଚାପ୍ଟର 2’ରେ ନଜର ଆସିବେ ରବୀନା । ନିକଟରେ ତାଙ୍କ ଫାଷ୍ଟଲୁକ ପୋଷ୍ଟର ଜାରି କରାଯାଇଥିଲା । ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି ବି-ଟାଉନର ସଞ୍ଜୁ ବାବା ସଞ୍ଜୟ ଦତ୍ତ ।
@IANS