ହାଇଦ୍ରାବାଦ: ବଲିଉଡର ସେକ୍ସି ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଜଲୱା ଏଥର ସାଉଥରେ ଦେଖିବାକୁ ମିଳିବ । ସେ ଲୋକପ୍ରିୟ ନିର୍ଦ୍ଦେଶକ ଶ୍ରୀରାମ ରାଘବନଙ୍କ ଅପକମିଂ ଫିଲ୍ମରେ ନଜର ଆସିବେ । ଆଉ ସୁପରଷ୍ଟାର ବିଜୟ ସେତୁପତିଙ୍କ ସହ ପରଦାରେ କରିବେ ରୋମାନ୍ସ । ହେଲେ ସୁଟିଂ ଆରମ୍ଭ ହେବା ପୂର୍ବରୁ ଫିଲ୍ମ କାମ ଅନିର୍ଦ୍ଦିଷ୍ଟ କାଳ ବନ୍ଦ କରିଦିଆଯାଉଛି । ଦେଶରେ ବଢୁଥିବା କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ମେକର୍ସ ଏପରି ନିଷ୍ପତ୍ତି ନେଇଛନ୍ତି ।
- " class="align-text-top noRightClick twitterSection" data="
">
ଏକ ସାକ୍ଷାତକାରରେ ଯୋଗ ଦେଇ ବିଜୟ କହିଛନ୍ତି, ‘ନିର୍ମାତାଙ୍କୁ ସୁଟ ବାତିଲ କରିବାକୁ ପଡିଲା ଯାହା । ଏପ୍ରିଲ 15ରେ ହୋଇଥାଆନ୍ତା। ହେଲେ ଏପ୍ରିଲ 6ରେ କ୍ୟାଟ୍ରିନାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଫିଲ୍ମ ସୁଟିଂକୁ ସ୍ଥଗିତ ରଖିଛନ୍ତି ମେକର୍ସ ।’
ଏହି ବ୍ୟତୀତ ବିଜୟ ରାଜ ଏବଂ ଡି.କେ ନିର୍ଦ୍ଦେଶିତ ଆମାଜନ ପ୍ରାଇମ ଭିଡିଓ ୱେବ ସିରିଜ ପାଇଁ ସୁଟିଂ ଆରମ୍ଭ କରିବା କଥା କିନ୍ତୁ ଅଭିନେତା ବର୍ତ୍ତମାନ କୋରୋନାର ବଢୁଥିବା ସଂଖ୍ୟାକୁ ନେଇ ଚିନ୍ତିତ ଅଛନ୍ତି । ଏହାର ସୁଟିଂ ସେ କରିବେ କି ନାହିଁ ଏଯାବତ ନିଷ୍ପତ୍ତି ନେଇନାହାଁନ୍ତି । ତାଙ୍କ ସହ ଏହି ସିରିଜରେ ମୁଖ୍ୟ ଭୂମିକାରେ ଶାହିଦ କପୁର ଏବଂ ରାଶି ଖନ୍ନା ମୁଖ୍ୟ ଭୂମିକାରେ ନଜର ଆସିବେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ