ETV Bharat / sitara

ଲଣ୍ଡନ ଟ୍ରିପ ମିସ୍ କରୁଛନ୍ତି କରୀନା, ପୋଷ୍ଟ କଲେ ଥ୍ରୋବ୍ୟାକ ଫଟୋ

author img

By

Published : Mar 29, 2021, 12:21 PM IST

ଲଣ୍ଡନ ବୁଲିବାକୁ ସବୁବେଳେ ଭଲ ପାଆନ୍ତି କରୀନା । ଏଥର ଥ୍ରୋବ୍ୟାକ ଫଟୋ ପୋଷ୍ଟ କରି ଲଣ୍ଡନ ଯିବା କଥା କହିଛନ୍ତି ସେ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରୀନା କପୁର ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରୀନା କପୁର ଖାନ

ମୁମ୍ବାଇ: ନିକଟରେ ସୋସିଆଲ ମିଡିଆକୁ କମବ୍ୟାକ କରିଥିଲେ ବି-ଟାଉନର ବେବୋ କରୀନା କପୁର ଖାନ । ସେ ପ୍ରାୟତଃ ନିଜ ସହ ସମ୍ପୃକ୍ତ ଜିନିଷ ସେୟାର କରି ବର୍ତ୍ତମାନ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରୁଥିବାର ନଜର ଆସୁଛନ୍ତି । ଏଥର ସେ ପରିବାର ସହ ନିଜର ଏକ ଥ୍ରୋବ୍ୟାକ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ତାଙ୍କ ଏହି ଫଟୋ ଲଣ୍ଡନ ଟ୍ରିପ୍‌ର । ଯେଉଁଠାରେ ପରିବାର ଲଣ୍ଡନର ଏକ ପାର୍କରେ ମସ୍ତି କରୁଥିବାର ନଜର ଆସୁଛନ୍ତି ।

ଫଟୋରେ କରୀନାଙ୍କ ବ୍ୟତୀତ ତାଙ୍କ ସ୍ବାମୀ, ଅଭିନେତା ସୈଫ ଅଲ୍ଲୀ ଖାନ, ପୁଅ ତୈମୁର, ଭଉଣୀ କରିସ୍ମା କପୁର ଦୁଇ ପିଲା ସମାୟରା ଓ କିୟାନାଙ୍କ ସହ ନଜର ଆସୁଥିବା ବେଳେ ତାଙ୍କ ପାଖରେ ଠିଆ ହୋଇଛନ୍ତି ମା' ବବିତା ।

ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଏକାଠି ସବୁବେଳେ ଭଲ । ପିଏସ, ଲଣ୍ଡନକୁ ପୁଣିଥରେ ଯିବାକୁ ଆଉ ଅପେକ୍ଷା କରିପାରୁନାହିଁ । ସେପଟେ କରିସ୍ମା ଫଟୋକୁ ରିପୋଷ୍ଟ କରି ସମାନ କଥା ଲେଖିଛନ୍ତି।

ପ୍ରକାଶ ଥାଉକି ଏହି ଫଟୋ ପୂର୍ବରୁ କରୀନା ନିଜର ଆଉ ଏକ ଫଟୋ ପୋଷ୍ଟ କରିଥିଲେ । ଯାହା ତାଙ୍କ ଫ୍ୟାନ୍ସଙ୍କୁ ପସନ୍ଦ ଆସିଛି । ଯଦି କରୀନାଙ୍କ ଆଗାମୀ ଫିଲ୍ମ ବିଷୟରେ ଥା ହେବା ତାହାଲେ ସେ ସୁପରଷ୍ଟାର ଆମୀର ଖାନଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍ଡା’ରେ ନଜର ଆସିବେ । ଏହି ଫିଲ୍ମ ହଲିଉଡର ଚର୍ଚ୍ଚିତ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ । ଯାହାକୁ ନେଇ ଉତ୍ସାହିତ ଫ୍ୟାନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.