ETV Bharat / sitara

ବଲିଉଡ଼ ଅଭିନେତ୍ରୀ କରୀନା-ଅମ୍ରିତାଙ୍କୁ କୋରୋନା, ହୋଇପାରନ୍ତି ସୁପରସ୍ପ୍ରେଡ଼ର

author img

By

Published : Dec 13, 2021, 6:38 PM IST

ବଲିଉଡ଼ ଅଭିନେତ୍ରୀ କରୀନା କପୁର ଖାନ ଓ ଅମ୍ରିତା ରାଓ କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

ବଲିଉଡ଼ ଅଭିନେତ୍ରୀ କରୀନା-ଅମ୍ରିତାଙ୍କୁ କୋରୋନା, ହୋଇପାରନ୍ତି ସୁପରସ୍ପ୍ରେଡ଼ର
ବଲିଉଡ଼ ଅଭିନେତ୍ରୀ କରୀନା-ଅମ୍ରିତାଙ୍କୁ କୋରୋନା, ହୋଇପାରନ୍ତି ସୁପରସ୍ପ୍ରେଡ଼ର

ମୁମ୍ବାଇ: ବଲିଉଡ଼ ଆକ୍ଟର କରୀନା କପୁର ଖାନ ଓ ଅମ୍ରିତା ରାଓ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ୨ ଜଣ ଘନିଷ୍ଠ ବନ୍ଧୁ ହୋଇଥିବାବେଳେ ସୋମବାର କୋରୋନା ପଜିଟିଭ ଥିବା ଜଣାପଡ଼ିଛି । କିଛି ଦିନ ପୂର୍ବେ ଏମାନେ ବଡ଼ ବଡ଼ ପାର୍ଟିରେ ସାମିଲ ହୋଇଥିବାବେଳେ ସୁପର-ସ୍ପ୍ରେଡ଼ର ହୋଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ଅନିଲ କପୁରଙ୍କ ଝିଅ ରିୟା କପୁରଙ୍କ ମୁମ୍ବାଇସ୍ଥିତ ବାସଭବନରେ ଏହି ୨ ଜଣ ଏକ ପାର୍ଟିରେ ସାମିଲ ହୋଇଥିଲେ । ଏଥିଲାଗି ସେମାନେ ଭାଇରସର ସୁପର ସ୍ପ୍ରେଡ଼ର ହୋଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ସେପଟେ ବ୍ରିହାନମୁମ୍ବାଇ ମୁନିସିପାଲ କର୍ପୋରେସନ(BMC) ଏହି ୨ ଷ୍ଟାରଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ତୁରନ୍ତ କୋରୋନା ପରୀକ୍ଷା କରିନେବା ପାଇଁ ପରାମର୍ଶ ଦେଇଛି । ଏହାସହିତ RTPCR ଟେଷ୍ଟ କରିବା ପାଇଁ କହିଥିବା ଜଣାପଡ଼ିଛି ।

କରୀନାଙ୍କ କ୍ୟାରିଅର ସମ୍ପର୍କରେ ଆଲୋଚନା କଲେ ସେ 'ଲାଲ ସିଂ ଚଢା'ରେ ଅଭିନୟ କରିଥିବା ବେଳେ ଏହାର ରିଲିଜକୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଏକାଡେମୀ ଆୱାର୍ଡ ୱିନିଙ୍ଗ ଫିଲ୍ମ 'Forrest Gump'ର ହିନ୍ଦୀ ଭର୍ସନ । ଏଥିରେ ମୁଖ୍ୟ ଭୂମିକାରେ ଆମିର ଖାନ ନଜର ଆସିବେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.