ETV Bharat / sitara

ଦୋଶଦ୍ରୋହ ମାମଲା: ପୋଲିସ ଷ୍ଟେସନରେ ହାଜର ହେବାକୁ ପୁଣି ମନା କଲେ କଙ୍ଗନା - ମୁମ୍ବାଇ ପୋଲିସ ଅପଡେଟ ନ୍ୟୁଡ

ମୁମ୍ବାଇ ପୋଲିସ ଷ୍ଟେସନରେ ମଙ୍ଗଳବାର ଉପସ୍ଥିତ ହେବନି କଙ୍ଗନା । ଦ୍ବିତୀୟଥର ଭାଇ ବିବାହ ବାହାନା କରି ମାଗିଲେ ସମୟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Nov 10, 2020, 11:11 AM IST

ମୁମ୍ବାଇ: କଙ୍ଗନା ରାଣାୱତ ଗତ କିଛି ଦିନ ହେବ ବିବାଦରେ ରହିଆସୁଛନ୍ତି । ନିକଟରେ ମୁମ୍ବାଇ ପୋଲିସ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲଙ୍କୁ ଏକ ମାମଲାରେ ପଚରାଉଚରା ପାଇଁ ପୋଲିସ ଷ୍ଟେସନରେ ହାଜର ହେବାକୁ ଡାକିଥିଲା ​​କିନ୍ତୁ ସେତେବେଳେ ଉଭୟ ଭଉଣୀ କହିଥିଲେ ଯେ ସେମାନେ ନିଜ ଭାଇଙ୍କ ବିବାହରେ ବ୍ୟସ୍ତ ଅଛନ୍ତି ତେଣୁ ପୋଲିସ ଷ୍ଟେସନରେ ହାଜର ହୋଇପାରିବେ ନାହିଁ । ଏହାପରେ ପୋଲିସ ପୁଣିଥରେ ତାଙ୍କୁ ନୋଟିସ୍ ପଠାଇଥିଲା । ଯେଉଁଥିରେ କୁହାଯାଇଥିଲା ଏମାସ 10 ତାରିଖରେ ତଥା ମଙ୍ଗଳବାରେ ବୟାନ ରେକର୍ଡ କରିବା ପାଇଁ ପୋଲିସ ଷ୍ଟେସନରେ ହାଜର ହେବେ । ଏଥର ମଧ୍ୟ ଏହାକୁ ବେଖାତିରି କରି ଉପସ୍ଥିତ ହେବାକୁ ମନା କରିଦେଇଛନ୍ତି ସେ ।

ସୋସିଆଲ ମିଡିଆରେ ଦେଇଥିବା ମନ୍ତବ୍ୟ ମାଧ୍ୟମରେ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ଏହି ଦୁଇ ଭଉଣୀଙ୍କୁ ଏକ ମାମଲାରେ ହାଜର ହେବାକୁ କୁହାଯାଇଥିଲା । ଏହାପୂର୍ବରୁ ବାନ୍ଦ୍ରା ପୋଲିସ କଙ୍ଗନା ଓ ରଙ୍ଗୋଲୀଙ୍କୁ ଅକ୍ଟୋବର 21ରେ ସେମାନଙ୍କ ବୟାନ ରେକର୍ଡ କରିବାକୁ ନୋଟିସ ପଠାଇଥିଲା, କିନ୍ତୁ ତା’ପରେ ସେମାନଙ୍କ ଓକିଲ ଏକ ଷ୍ଟେଟଣେଣ୍ଟ ଜାରି କରିଥିଲେ ଯେ କଙ୍ଗନା ବର୍ତ୍ତମାନ ହିମାଚଳ ପ୍ରଦେଶରେ ଅଛନ୍ତି ଏବଂ ତାଙ୍କ ଭାଇଙ୍କ ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏଥିପାଇଁ ସେ ଆଉ କିଛି ଦିନ ସମୟ ମାଗୁଛନ୍ତି ପୋଲିସ ଷ୍ଟେସନରେ ହାଜର ହେବାକୁ ।

ପ୍ରକାଶ ଥାଉକି କଙ୍ଗନା ନିଜ ବିରୋଧରେ ରୁଜୁ ହୋଇଥିବା ମାମଲାରେ ବୟାନ ଦେବାକୁ ଦ୍ବିତୀୟଥର ମନା କରିଦେଇଛନ୍ତି । ଆଉ କହିଛନ୍ତି ସେ ଏବେ ମଧ୍ୟ ଭାଇଙ୍କ ବିବାହରେ ବ୍ୟସ୍ତ ଅଛନ୍ତି । ଆସନ୍ତା 15 ତାରିଖରେ ସେ ବୟାନ ଦେବେ ।

ସେହିପରି କଙ୍ଗନାଙ୍କ ବିରୁଦ୍ଧରେ ଆଇପିସିର ଧାରା 153 ଏ (ବିଭିନ୍ନ ଧର୍ମ ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଅସଙ୍ଗତିକୁ ପ୍ରୋତ୍ସାହିତ କରିବା), 295 ଏ (ଉଦ୍ଦେଶ୍ୟମୂଳକ ଭାବରେ ଧାର୍ମିକ ଭାବନାକୁ ଆଘାତ କରୁଥିବା କାର୍ଯ୍ୟ), 124 ଏ (ଦେଶଦ୍ରୋହ), 34 (ଅଂଶୀଦାର) ଉଦ୍ଦେଶ୍ୟରେ ଏଫଆଇଆର ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.