ମୁମ୍ବାଇ: ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତ ସର୍ବଦା ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବାବେଳେ ଏବେ ପୁଣି ସେ ଜଣଙ୍କୁ ଟାର୍ଗେଟ କରିଛନ୍ତି । ଅନେକ ସେଲିବ୍ରିଟିଙ୍କ ପରେ ଏବେ ତାଙ୍କ କ୍ରୋଧର ଶିକାର ହୋଇଛନ୍ତି ୟୁଟ୍ୟୁବର ଧ୍ରୁବ ରାଠି । କାରଣ ସେ କଙ୍ଗନାଙ୍କ ଉପରେ ଏକ ଭିଡିଓ ତିଆରି କରିଛନ୍ତି । ଖାଲି ଏତିକି ନୁହେଁ ଧ୍ରୁବଙ୍କୁ ମୂର୍ଖ ସହ ମଧ୍ୟ ତୁଳନା କରିଛନ୍ତି କଙ୍ଗନା । ତେବେ ଆସନ୍ତୁ ଜାଣିବା ଏହାର କାରଣ...
କଥାଟି ହେଲା ଯେ ୟୁଟ୍ୟୁବର ତାଙ୍କ ଭିଡିଓରେ ଦର୍ଶାଇଛନ୍ତି ଯେ ଘରେ ବେଆଇନ ନିର୍ମାଣ ପାଇଁ ବିଏମସି 2018ରେ କଙ୍ଗନାକୁ ନୋଟିସ୍ ପଠାଇଛି। ଧ୍ରୁବଙ୍କ ଏହି ଭିଡିଓକୁ ଏଯାବତ ଲକ୍ଷରୁ ଅଧିକଥର ଦେଖାସରିଲାଣି ।
ତାଙ୍କ ବିଷୟରେ ସୂଚନା ଦେଇ ଏକ ଟ୍ବିଟରେ ସାମ୍ବାଦିକ-ନିର୍ମାତା ଏରେ କୈଥେ ଲେଖିଥିଲେ, ‘ଅଭିଯୋଗ ହୋଇଛି ଯେ ଜଣେ ନାମିତ ୟୁଟ୍ୟୁବର ଆଟେନସନ୍ ନାମକ ଏକ ଭିଡିଓ ତିଆରି କରି କଙ୍ଗନାଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ବହୁ ଟଙ୍କା ନେଇଛି। ଏହି ୟୁଟ୍ୟୁବରଙ୍କୁ କଙ୍ଗନାକୁ ଟାର୍ଗେଟ କରିବା ପାଇଁ କାମରେ ଲଗାଯାଇଥିଲା ।’
-
Ha ha well done @ErayCr of course this dimwit gets money to make fake videos I can get him behind bars for lying about BMC notice for my house in his video for which he got paid 60 lakhs,why will anyone lie openly about legal matters unless not given government support or money. https://t.co/lJjKMkHiJw
— Kangana Ranaut (@KanganaTeam) November 1, 2020 " class="align-text-top noRightClick twitterSection" data="
">Ha ha well done @ErayCr of course this dimwit gets money to make fake videos I can get him behind bars for lying about BMC notice for my house in his video for which he got paid 60 lakhs,why will anyone lie openly about legal matters unless not given government support or money. https://t.co/lJjKMkHiJw
— Kangana Ranaut (@KanganaTeam) November 1, 2020Ha ha well done @ErayCr of course this dimwit gets money to make fake videos I can get him behind bars for lying about BMC notice for my house in his video for which he got paid 60 lakhs,why will anyone lie openly about legal matters unless not given government support or money. https://t.co/lJjKMkHiJw
— Kangana Ranaut (@KanganaTeam) November 1, 2020
ଏହାକୁ ନେଇ କ୍ରୋଧି ଥିବା କଙ୍ଗନା ଏହି ଟ୍ବିଟକୁ ରିଟ୍ବିଟ କରି ଲେଖିଛନ୍ତି, ‘ବହୁତ ବଢିଆ ଏରେ କୈଥେ । ନିହାତି ଫେକ୍ ଭିଡିଓ ତିଆରି କରିବା ପାଇଁ ଟଙ୍କା ମିଳିଛି । ମୁଁ ଏହି ୟୁଟ୍ୟୁବରଙ୍କୁ ମୋ ଘରକୁ ନେଇ ବିଏମିସି ନୋଟିସ ବିଷୟରେ ମିଛ କହିବା କଥାରେ ଜେଲ ପଠାଇ ପାରିବି । ଏହି ଭିଡିଓ ପାଇଁ ତାଙ୍କୁ 60 ଲକ୍ଷ ଟଙ୍କା ମିଳିଛି।’