ନୂଆଦିଲ୍ଲୀ: ବଲିଉଡ଼ ହଟ୍ ଅଭିନେତ୍ରୀ ଦିଶା ପଟାନୀ ରବିବାର 'ଏକ୍ ଭିଲେନ ରିଟର୍ଣ୍ଣସ'ର ସୁଟିଂକୁ ଶେଷ କରିଛନ୍ତି । ଏଥିରେ ତାଙ୍କ ବିପକ୍ଷରେ ଅନ୍ୟ ପ୍ରମୁଖ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ଜନ ଆବ୍ରାହିମ, ତାରା ସୁତାରିଆ ଓ ଅର୍ଜୁନ କପୁର ଅଭିନୟ କରୁଛନ୍ତି । ସୁଟିଂ ଶେଷ ସମ୍ପର୍କରେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଟିମ ସହ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି ।
ଏହି ଫିଲ୍ମରେ ପ୍ରଥମ ସୁଟିଂର ସଟ୍ ଦିଶା ଓ ଜନ୍ଙ୍କ ମଧ୍ୟରେ ନିଆଯାଇଥିଲା । କୋରୋନା ମହାମାରୀ ପାଇଁ ଏହାର ସୁଟିଂକୁ ମୁମ୍ବାଇ ପରିବର୍ତ୍ତେ ଗୋଆକୁ ସ୍ଥାନାନ୍ତର କରାଯାଇଥିଲା । 'Malang' 'Ashiqui 2' ଫିଲ୍ମ ଗୋଆର ଯେଉଁ ସ୍ଥାନରେ ସୁଟିଂ ହୋଇଥିଲା ଏହି ଫିଲ୍ମ ମଧ୍ୟ ସେହି ସ୍ଥାନରେ ସୁଟିଂ ହୋଇଛି । ଏହି ଫିଲ୍ମ ଜରିଆରେ ଅଭିନେତା ଅର୍ଜୁନ ଓ ନିର୍ଦ୍ଦେଶକ ମୋହିତ ପୁଣି ଏକାଠି କାମ କରିଛନ୍ତି । ପୂର୍ବରୁ ସେ 'ହାଫ୍ ଗର୍ଲଫ୍ରେଣ୍ଡ'ରେ କାମ କରିଥିଲେ ।
ଦିଶା ମଧ୍ୟ 'ମଲ୍ଙ୍ଗ' ଫିଲ୍ମ ପରେ ମୋହିତଙ୍କ ସହିତ ପୁଣି କାମ କରିଛନ୍ତି । ରିପୋର୍ଟ ଅନୁସାରେ ତାରା ଏହି ଫିଲ୍ମରେ ଏକ ଗୀତ ଗାଇଛନ୍ତି । ତେବେ ସୂଚନା ଥାଉ କି ୨୦୧୪ରେ ରିଲିଜ ହୋଇଥିବା 'Ek Villain'ର ସିରିଜ ହେଉଛି ଏହି ଫିଲ୍ମ । ପ୍ରଥମ ଭାଗରେ ସିଦ୍ଧାର୍ଥ ମଲହୋତ୍ରା, ଶ୍ରଦ୍ଧା କପୁର ଓ ରିତେଶ ଦେଶମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । 'ଏକ୍ ଭିଲେନ ରିଟର୍ଣ୍ଣସ' ରେ ମୋହିତ ନିର୍ଦ୍ଦେଶନା ଦେଇଥିବାବେଳେ ଭୂଷଣ କୁମାରର T-Series ଓ ଏକତା କପୁରଙ୍କ ବାଲାଜି ଟେଲିଫିଲ୍ମସ ପ୍ରଯୋଜନା ଦେଇଛନ୍ତି ।
@ANI