ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ବିଜେପିର ଚଣ୍ଡୀଗଡ ସାଂସଦ କିରନ ଖେରଙ୍କ ପ୍ରଶଂସକଙ୍କ ପାଇଁ ନୈରାଶ୍ୟଜନକ ଖବର । ଶୁଣିବାକୁ ମିଳୁଛି ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହି ଦୁଃଖ ଖବରର ସୂଚନା ଅଭିନେତ୍ରୀ ଏବଂ ତାଙ୍କ ପରିବାର ଦ୍ବାରା ଦିଆଯାଇଛି। ଖବର ଅନୁଯାୟୀ କିରନଙ୍କୁ ଏକାଧିକ ମାଇଲୋମା, ଯାହା ଏକ ପ୍ରକାର ରକ୍ତ କର୍କଟ ରୋଗ । ଯେଉଁଥିରେ ସେ ପୀଡିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଛନ୍ତି ।
ସେପଟେ କିରନଙ୍କ ବନ୍ଧୁ, ବିଜେପୀ ନେତା ଅରୁଣ ସୁଦ ବୁଧବାର ଏକ ପ୍ରେସ କନଫ୍ରରେନ୍ସରେ ଅଭିନେତ୍ରୀଙ୍କ ରୋଗ ବିଷୟରେ ଜଣାଇଥିଲେ । ଆଉ କହିଥିଲେ, ‘କର୍କଟ ରୋଗ ପାଇଁ ବର୍ଷେ ହେବ ଚାଲିଛି କିରନଙ୍କ ଚିକିତ୍ସା । ଧିରେ ଧିରେ ସେ ସୁସ୍ଥ ହେଉଛନ୍ତି । ଭଗବାନ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିଦିଅନ୍ତୁ ।’