ETV Bharat / sitara

ଲାଡଲି ଆରାଧ୍ୟାଙ୍କ ସହ ଐଶଙ୍କ ଖାସ୍ ପୋଷ୍ଟ, ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ

author img

By

Published : Nov 2, 2020, 2:07 PM IST

ଭାଇରାଲ ହେଲା ଐଶଙ୍କ ନୂଆ ଫଟୋ । ଏଥର ଝିଅଙ୍କ ପ୍ରଶଂସା କରି ଚର୍ଚ୍ଚାରେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଐଶ୍ଚର୍ଯ୍ୟା ରାୟ ବଟ୍ଟନ

ମୁମ୍ବାଇ: ବଲିଉଡର ନୀଳ ନୟନା ଓ ବଚ୍ଚନ ପରିବାର ବୋହୂ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ରବିବାର ନିଜର 47ତମ ଜନ୍ମଦିନ ପାଳନ କରିଥିଲେ । ଫିଲ୍ମରେ ନିଜ ଜଲୱା ଦ୍ବାରା ସମସ୍ତଙ୍କୁ ଦିୱାନା କରୁଥିବା ଐଶ ଏବେ ଲାଇମଲାଇଟରୁ ଦୂରେଇ ରହିବାକୁ ବେଶ୍ ପସନ୍ଦ କରୁଛନ୍ତି । ହେଲେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ କିନ୍ତୁ ମନୋରଞ୍ଜନ କରିବାକୁ ଆଦୌ ଭୁଲୁନାହାଁନ୍ତି । ଏବେ ସେ ଲାଡଲି ଆରାଧ୍ୟାଙ୍କୁ ନେଇ ଏକ ପୋଷ୍ଟ କରିଛନ୍ତି ।

ଇନଷ୍ଟାଗ୍ରାମରେ ଝିଅ ସହ ନିଜର ଫଟୋ ସେୟାର କରି ଖାସ୍ କ୍ୟାପସନରେ ଲେଖିଛନ୍ତି, ‘ମୋ ଜୀବନର ପ୍ରେମ, ଆରାଧ୍ୟା ମୋ ଆଞ୍ଜେଲ । ମୁଁ ତୁମକୁ ବହୁତ ଭଲ ପାଉଛି । ମୋ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ଯିଏ ମତେ ସର୍ବଦା ଭଲ ପାଇବା ଦେବା ସହ ମୋ ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି । ଆଉ ମୋ ଜନ୍ମଦିନରେ ଶାନଦାର ୱିଶ ମଧ୍ୟ କରିଛନ୍ତି । ସବୁବେଳେ ଆପଣଙ୍କ ପାଇଁ ମୋ ମନରେ ଭଲ ପାଇବା ରହିବ।’

ଆରାଧ୍ୟାଙ୍କ ବ୍ୟତୀତ ଐଶଙ୍କ ସ୍ବାମୀ ତଥା ଅଭିନେତା ଅଭିଷେକ ମଧ୍ୟ ସୋସିଆଲ ମିଡିଆରେ ତାଙ୍କୁ ଖାସ୍ ଅନ୍ଦାଜରେ ବର୍ଥଡେ ୱିଶ କରିଥିଲେ । ଏକ ପୋଷ୍ଟ କରି ସେ ଲେଖିଥିଲେ, ‘ହାପି ବର୍ଥଡେ ୱାଇଫି, ସବୁ ଜିନିଷ ପାଇଁ ଧନ୍ୟବାଦ । ଯାହା ଆମ ସମସ୍ତଙ୍କ ପାଇଁ ତୁମେ କରୁଛ । ଆମ ପାଇଁ ତୁମ କାମ ସବୁବେଳେ ମହତ୍ତ୍ବ ରଖୁଛି । ଏମିତି ହସୁଥାଅ । ତୁମକୁ ସମସ୍ତେ ବହୁତ ଭଲ ପାଉଛନ୍ତି । ଆଇ ଲଭ ୟୁ ।’

ସେପଟେ ଅଭିଷେକଙ୍କ ବ୍ୟତୀତ ଦୀପିକା ପାଦୁକୋନ ଓ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ଐଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.