ETV Bharat / sitara

ହଲିଉଡରେ ଡେବ୍ୟୁ କରିବେ ବିଦ୍ୟୁତ ଜାମୱାଲ୍ !

author img

By

Published : Jun 24, 2021, 5:24 PM IST

ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ ଫିଲ୍ମଠୁ ଅଧିକ ନିଜ ଫିଟନେସ ଏବଂ ମାର୍ଶଲ ଆର୍ଟ ପାଇଁ ଚର୍ଚ୍ଚାରେ ରୁହନ୍ତି । ଏଥିସହିତ ବିଦ୍ୟୁତ ଫିଲ୍ମରେ ନିଜର ଦମଦାର ଅଭିନୟ ଏବଂ ଆକ୍ସନ୍ ପାଇଁ ବେଶ ଜଣାଶୁଣା । ବର୍ତ୍ତମାନ ସେ ଖୁବ୍ ଶୀଘ୍ର ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...

bollywood-actor-vidyut-jammwal-gears-up-for-hollywood-debut
ହଲିଉଡରେ ଡେବ୍ୟୁ କରିବେ ବିଦ୍ୟୁତ ଜାମୱାଲ୍ !

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ ଫିଲ୍ମଠୁ ଅଧିକ ନିଜ ଫିଟନେସ ଏବଂ ମାର୍ଶଲ ଆର୍ଟ ପାଇଁ ଚର୍ଚ୍ଚାରେ ରୁହନ୍ତି । ସେ ନିଜକୁ ଫିଟ୍ ରଖିବା ପାଇଁ ହାର୍ଡରୁ ହାର୍ଡକୋର ୱାର୍କଆଉଟ କରନ୍ତି । ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ୱାର୍କଆଉଟ ଭିଡିଓ ସେୟାର କରି ସମସ୍ତଙ୍କୁ ଫିଟ୍ ରହିବାକୁ ପ୍ରେରଣା ଯୋଗାଇ ଥାଆନ୍ତି । ଏଥିପାଇଁ ତ ତାଙ୍କ ନାମ ଦୁନିଆର ଟପ୍ ମାର୍ଶଲ ଆର୍ଟିଷ୍ଟଙ୍କ ମଧ୍ୟରେ ସାମିଲ ଅଛି । ଯାହାକୁ ସ୍ପଷ୍ଟ କରିଛନ୍ତି ଅଭିନେତା ।

ଫିଲ୍ମ ବିଷୟରେ କହିବାକୁ ଗଲେ, ବିଦ୍ୟୁତ ଫିଲ୍ମରେ ନିଜର ଦମଦାର ଅଭିନୟ ଏବଂ ଆକ୍ସନ୍ ପାଇଁ ବେଶ ଜଣାଶୁଣା । ବର୍ତ୍ତମାନ ସେ ଖୁବ୍ ଶୀଘ୍ର ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ସେ ୱାଣ୍ଡର ଷ୍ଟ୍ରିଟ୍ ପାର୍ଟନର୍ସ ଖ୍ରୀଷ୍ଟାଇନ୍ ହୋଲ୍ଡର୍ ଏବଂ ମାର୍କ ହୋଲ୍ଡରଙ୍କ ସହ କାମ କରିବେ ।

ଯାହା ବିଷୟରେ ବିଦ୍ୟୁତ୍ କହିଛନ୍ତି, ହଲିଉଡର କେତେକ ପରିଶ୍ରମୀ କଳାକାରଙ୍କ ସହ କାମ କରିବାକୁ ନେଇ ମୁଁ ଅତ୍ୟନ୍ତ ଆନନ୍ଦିତ ।

ପ୍ରକାଶ ଥାଉ ଯେ, ବିଦ୍ୟୁତ ଖୁବ୍ ଶୀଘ୍ର ‘ସନକ୍’ ଏବଂ ‘ଖୁଦା ହାଫିଜ୍ ଚାପ୍ଟର ୨’ରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.