ETV Bharat / sitara

କୋରୋନା ଟିକା ନେଲେ ଭାଇଜାନ

ଆଜି ଟିକା ନେଲେ ବଲିଉଡର ଭାଇଜାନ ତଥା ଅଭିନେତା ସଲମାନ ଖାନ । ଅଧିକ ପଢନ୍ତୁ...

bollywood-actor-salman-khan-takes-first-dose-of-covishield-vaccine-ann
କୋରୋନା ଟିକା ନେଲେ ଭାଇଜାନ
author img

By

Published : Mar 24, 2021, 7:23 PM IST

ମୁମ୍ବାଇ: ଦେଶରେ କୋରୋନା ଭାଇରସ୍ ପୁଣି ଥରେ ବଢିବାରେ ଲାଗିଛି ଏବଂ ନିକଟରେ ଅନେକ ବଲିଉଡ ସେଲିବ୍ରିଟି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ମହାମାରୀକୁ ଏଡାଇବା ପାଇଁ ଟିକା ଦିଆଯାଉଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି କୋଭିଡ -19 ଟିକା ନେଇସାରିଛନ୍ତି ।

ଆଜି ସଲମାନ କୋରୋନା ଟିକା ନେଇ ଚର୍ଚ୍ଚାରେ ।

ଗୋଟେପଟେ ସୁପରଷ୍ଟାର ଆମୀର ଖାନ କୋରୋନା ସଂକ୍ରମିତ ହେବାର ଖବର ଆସିଥିବାବେଳେ ଅନ୍ୟପଟେ ଅନ୍ୟ ଜଣେ ସୁପରଷ୍ଟାର ସଲମାନ ଖାନ ଆଜି ମୁମ୍ବାଇର ଲିଲାବତୀ ଡାକ୍ତରଖାନା ଯାଇ କୋରୋନା ଟିକା ନେଇଛନ୍ତି ।

ସୂଚନା ଅନୁଯାୟୀ, କୋଭିଡ -19 ଟିକାର ପ୍ରଥମ ଡୋଜ ନେଇଛନ୍ତି ସଲମାନ ।

ଏହାପୂର୍ବରୁ ସଲମାନଙ୍କ ପିତା ସଲିମ ଖାନ, ଉଭୟ ମାତା - ସଲମା ଖାନ ଏବଂ ହେଲେନଙ୍କ ପରି ସେଲିବ୍ରିଟିମାନେ ମଧ୍ୟ ମୁମ୍ବାଇର ମୁମ୍ବାଇର ଲିଲାବତୀ ଡାକ୍ତରଖାନାରେ କୋରୋନା ଟିକା ନେଇଛନ୍ତି ।

ପ୍ରକାଶ ଥାଉ ଯେ, ଏହି ତାରକାମାନଙ୍କ ବ୍ୟତୀତ ନିକଟରେ କମଲ ହାସନ, ରାକେଶ ରୋଶନ, ଜିତେନ୍ଦ୍ରଙ୍କ ପରି ଅନେକ ସେଲିବ୍ରିଟି ମଧ୍ୟ ବିଭିନ୍ନ ଡାକ୍ତରଖାନା ଯାଇ କୋରୋନା ଟୀକା ନେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.