ମୁମ୍ବାଇ: ଭେଟେରାନ ବଲିଉଡ ଆକ୍ଟର ପରେଶ ରାୱଲ ଶୁକ୍ରବାର ଫ୍ୟାନ୍ସଙ୍କୁ ଦେଇଛନ୍ତି ନୈରାଶ୍ୟଜନକ ଖବର । କାରଣ ସେ ମଧ୍ୟ କୋରୋନା ସଂକ୍ରମିତ ବାହାରିଛନ୍ତି । ମୁଖ୍ୟ କଥା ହେଲା ଯେ ନିକଟରେ କୋରୋନା ଭ୍ୟାକ୍ସିନ ନେଇଥିଲେ ପରେଶ । ଏହା ସତ୍ତ୍ବେ ସେ କୋରୋନା ସଂକ୍ରମିତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
-
Unfortunately, I have tested positive for COVID-19. All those that have come in contact with me in the last 10 days are requested to please get themselves tested.
— Paresh Rawal (@SirPareshRawal) March 26, 2021 " class="align-text-top noRightClick twitterSection" data="
">Unfortunately, I have tested positive for COVID-19. All those that have come in contact with me in the last 10 days are requested to please get themselves tested.
— Paresh Rawal (@SirPareshRawal) March 26, 2021Unfortunately, I have tested positive for COVID-19. All those that have come in contact with me in the last 10 days are requested to please get themselves tested.
— Paresh Rawal (@SirPareshRawal) March 26, 2021
କୋରୋନା ସୂଚନା ଦେଇ ଟ୍ବିଟରରେ ପରେଶ ଲେଖିଛନ୍ତି, ‘ର୍ଦୁଭାଗ୍ୟବଶତଃ ମୁଁ କୋରୋନା ପଜିଟିଭ ବାହାରିଛି । ଯେଉଁମାନେ ମୋ ସହ ଗତ 10 ଦିନ ମଧ୍ୟରେ ମୋ ସମ୍ପର୍କରେ ଆସିଥିଲା, ଦୟା କରି ନିଜର କୋରୋନା ଟେଷ୍ଟ କରାଇନିଅ ।’ ସେହିପରି ସେ ଗତ 9 ତାରିଖରେ କୋରୋନା ଭ୍ୟାକ୍ସିନର ଫାଷ୍ଟ ଡୋଜ ନେଇଥିଲେ ।
ପ୍ରକାଶ ଥାଉକି ପରେଶଙ୍କ ପୂର୍ବରୁ ଗତ କିଛି ସପ୍ତାହ ମଧ୍ୟରେ ଅନେକ ସେଲିବ୍ରିଟିଙ୍କ କୋରୋନା ପଜିଟିଭ ହେବା କଥା ସାମ୍ନାକୁ ଆସିସାରିଛି । ଏହି କ୍ରମରେ ସାମିଲ ଅଛନ୍ତି, ଆମୀର ଖାନ, ରଣବୀର କପୁର, ସଞ୍ଜୟ ଲୀଲା ଭଂସାଲୀ ଓ ମିଲିନ୍ଦ ସୋମନ ଭଳି ଷ୍ଟାର୍ସ ।