ମୁମ୍ବାଇ: କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନଙ୍କୁ ନିର୍ମାତା କରନ ଜୋହର ନିକଟରେ ନିଜ ଫିଲ୍ମ ‘ଦୋସ୍ତାନା 2’ରୁ ବାହାର କରିଦେଇଥିଲେ । ଫିଲ୍ମ ନିର୍ଦ୍ଦେଶକ ବିକାଶ ଅଭିନେତାଙ୍କ ଉପରେ ଦୁର୍ବ୍ୟବହାର ଏବଂ ସୁଟିଂ ପାଇଁ ସମୟ ନଦେବା ଅଭିଯୋଗ ଲଗାଇଥିଲେ । ତାଙ୍କ ପରିବର୍ତ୍ତେ ଫିଲ୍ମରେ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ସାମିଲ କରାଯାଇଛି । ହେଲେ ଇତିମଧ୍ୟରେ କାର୍ତ୍ତିକ ସୋସିଆଲ ମିଡିଆକୁ ଫେରିଛନ୍ତି । କାରଣ ‘ଦୋସ୍ତାନା 2’ ବିବାଦ ପରଠୁ ସେ କୌଣସି ପୋଷ୍ଟ କରିଥିଲେ । ଏବେ କିନ୍ତୁ ନିଜର ମାସ୍କ ପିନ୍ଧା ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଖୁସ୍ କରିଦେଇଛନ୍ତି ।
ଏହାସହ ସେ ଫ୍ୟାନ୍ସଙ୍କୁ ମାସ୍କ ପିନ୍ଧିବାକୁ ମଧ୍ୟ କହିଛନ୍ତି । ଦେଶରେ ବଢୁଥିବା କୋରୋନା ସଙ୍କଟକୁ ଦେଖି ସେ ଫ୍ୟାନ୍ସଙ୍କୁ ଏହି ସଚେତନା ବାର୍ତ୍ତା ଦେଇଛନ୍ତି । ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି ତାଙ୍କ ଏହି ପୋଷ୍ଟ । ଯେଉଁଥିରେ ଫ୍ୟାନ୍ସଙ୍କ କମେଣ୍ଟ ମଧ୍ୟ ଦେଖିବାକୁ ମିଳୁଛି । ଦେଖନ୍ତୁ ଫଟୋ...
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ‘ଦୋସ୍ତାନା 2’ ବ୍ୟତୀତ କାର୍ତ୍ତିକ ହରର ଡ୍ରାମା ଫିଲ୍ମ ଭୁଲ ଭୁଲୈୟା 2ରେ ନଜର ଆସିବେ । ଫିଲ୍ମରେ ତାଙ୍କ ସହ କିୟାରା ଆଡଭାନୀ ଓ ତବ୍ବୁଙ୍କୁ ଦେଖିବାକୁ ମିଳିବ ।