ETV Bharat / sitara

John Abrahamଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌, ହଟିଲା ସମସ୍ତ ପୋଷ୍ଟ

author img

By

Published : Dec 14, 2021, 1:53 PM IST

ବଲିଉଡ଼ର ଫିଟ୍‌ ଆକ୍ଟର ତଥା ଲୋକପ୍ରିୟ କଳାକାର ଜନ୍‌ ଆବ୍ରାହମଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ । ଡିଲିଟ ହେଲା ସମସ୍ତ ପୋଷ୍ଟ । ଅଧିକ ପଢନ୍ତୁ

John Abraham ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌, ହଟିଲା ସମସ୍ତ ପୋଷ୍ଟ

ହାଇଦ୍ରାବାଦ: ବଲିଉଡ଼ ଅଭିନେତା ଜନ୍‌ ଆବ୍ରାହମଙ୍କ ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର । ଅଭିନେତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହୋଇଛି ହ୍ୟାକ୍‌ । ହ୍ୟାକର ଆକ୍ଟରଙ୍କ ସମସ୍ତ ପୋଷ୍ଟ ହଟାଇ ଦେଇଥିବା ଦେଖିବାକୁ ମିଳିଛି । ଜନ୍‌ଙ୍କ ଇନଷ୍ଟାଗ୍ରାମରେ ପ୍ରାୟ ୯୦ ଲକ୍ଷ ଫ୍ୟାନ୍ସ ରହିଥିବା ବେଳେ ତାଙ୍କର ଅନେକ ପୋଷ୍ଟ ରହିଥିଲା ।

ମଙ୍ଗଳବାର ପ୍ରାୟ ଅପରାହ୍ନ ସମୟରେ ଜନ୍‌ଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ହୋଇଛି । ତେବେ ଏପର୍ଯ୍ୟନ୍ତ ହ୍ୟାକର ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଗତ କିଛି ଦିନ ତଳେ ଜନ୍‌ଙ୍କ ଅଭିନୀତ ଫିଲ୍ମ 'ସତ୍ୟମେବ ଜୟତେ' ରିଲିଜ ହୋଇଛି । କିନ୍ତୁ ଏହି ଫିଲ୍ମ ଦର୍ଶକଙ୍କୁ ଏତେ ପସନ୍ଦ ଆସିନାହିଁ । ବକ୍ସଅଫିସରେ ଏହା ଏତେଟା ରୋଜଗାର କରିପାରିନାହିଁ । ଏହି ଫିଲ୍ମରେ ଜନ୍‌ଙ୍କ ବିପକ୍ଷରେ ଦିବ୍ୟା ଖୋସଲା କୁମାରଙ୍କୁ ଦେଖିବାକୁ ମିଳିଥିଲା । ଜନ୍‌ଙ୍କ ସହିତ ଦିବ୍ୟାଙ୍କ ଏହା ପ୍ରଥମ ଫିଲ୍ମ ରହିଥିଲା ।

ଜନ୍‌ ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ବଲିଉଡ଼ର ଆଗଧାଡ଼ିର ଆକ୍ଟର ଭାବେ ବେଶ ଜଣାଶୁଣା । ନିଜ ଆକ୍ଟିଙ୍ଗ ଓ ଫିଟ ବଡ଼ି ପାଇଁ ସେ ଦର୍ଶକଙ୍କ ମଧ୍ୟରେ ନିଜର ଲୋକପ୍ରିୟତା ହାସଲ କରିପାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.