ETV Bharat / sitara

କରୀନାଙ୍କ ବାସଭବନ ସିଲ୍‌ କଲା BMC, ଏମିତି ରିଆକ୍ଟ କଲେ ଅଭିନେତ୍ରୀ

author img

By

Published : Dec 14, 2021, 12:32 PM IST

ବଲିଉଡ଼ ଅଭିନେତ୍ରୀ କରୀନା କପୁରଙ୍କ ବାସଭବନ ସିଲ୍‌ କଲା ବିଏମସି । ସୋମବାର କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ କରୀନା । ଅଧିକ ପଢନ୍ତୁ

କରୀନାଙ୍କ ବାସଭବନ ସିଲ୍‌ କଲା BMC, ଏମିତି ରିଆକ୍ଟ କଲେ ଅଭିନେତ୍ରୀ
କରୀନାଙ୍କ ବାସଭବନ ସିଲ୍‌ କଲା BMC, ଏମିତି ରିଆକ୍ଟ କଲେ ଅଭିନେତ୍ରୀ

ମୁମ୍ବାଇ: ଗତକାଲି(ସୋମବାର) ବଲିଉଡ଼ ଅଭିନେତ୍ରୀ କରୀନା କପୁର ଖାନ ଓ ବନ୍ଧୁ ଅମ୍ରିତା ରାଓ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି(ମଙ୍ଗଳବାର) BMC କରୀନାଙ୍କ ବାସଭବନକୁ ସିଲ୍‌ କରିଛି । ସେପଟେ କରୀନା କହିଛନ୍ତି ଯେ ମୋ ପରିବାର ଓ ଷ୍ଟାଫ ସମସ୍ତେ ଡବଲ ଡୋଜ ଟିକା ନେଇସାରିଛନ୍ତି ଏବଂ ସେମାନଙ୍କ କୌଣସି ଲକ୍ଷଣ ଦେଖାଯାଇନାହିଁ ।

କୋରୋନା ପଜିଟିଭ ଚିହ୍ନଟ ହେବା ପରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଚିହ୍ନଟ ହେବା ପରେ ସେ ନିଜକୁ କ୍ବାରେଣ୍ଟାଇନରେ ରଖିଥିବା ବେଳେ ସମସ୍ତ ମେଡିକାଲ ପ୍ରୋଟୋକଲକୁ ପାଳନ କରୁଛନ୍ତି । ଏହାସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ତୁରନ୍ତ କୋରୋନା ପରୀକ୍ଷା କରିନେବା ପାଇଁ ଅନୁରୋଧ କରିଥିଲେ । ସେ ଏବେ ଭଲ ଅଛନ୍ତି ବୋଲି କହିଥିଲେ ।

ଏହା ବି ପଢନ୍ତୁ: ବଲିଉଡ଼ ଅଭିନେତ୍ରୀ କରୀନା-ଅମ୍ରିତାଙ୍କୁ କୋରୋନା, ହୋଇପାରନ୍ତି ସୁପରସ୍ପ୍ରେଡ଼ର

ବ୍ରିହାନମୁମ୍ବାଇ ମୁନିସିପାଲ କର୍ପୋରେସନ ଏକ ବିବୃତ୍ତିରେ କହିଛି ଯେ ତାଙ୍କ ବାସଭବନକୁ ସିଲ୍‌ କରାଯାଇଛି । କରୀନା କାହା କାହା ସଂସ୍ପର୍ଶରେ ଆସିଥିଲେ, ସେ ସମ୍ପର୍କରେ ସଠିକ ସୂଚନା ଦେଇନାହାନ୍ତି । କିନ୍ତୁ ବିଏମସି ଏ ନେଇ ତଦନ୍ତ ଜାରି ରଖିଛି ବୋଲି କହିଛି ।

ତେବେ ସୂଚନା ଥାଉ କି କୋରୋନା ଓ ଅମ୍ରିତା ସୁପରସ୍ପ୍ରେଡର ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି । କାରଣ ଗତ ଏକ ସପ୍ତାହ ତଳେ ସେମାନେ ଅନିଲ କପୁରଙ୍କ ଝିଅ ରିୟା କପୁରଙ୍କ ଘରେ ଏକ ପାର୍ଟିରେ ସାମିଲ ହୋଇଥିଲେ । ଏଥିରେ ଅନ୍ୟ ବଲିଉଡ଼ କଳାକାରମାନେ ମଧ୍ୟ ହୋଇଥିଲେ ସାମିଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.