ETV Bharat / sitara

ବିବାଦ ଘେରରେ ସନ୍ନି ଦେଓଲ - election commission

ନିର୍ବାଚନ ଆୟୋଗ ପକ୍ଷରୁ ସନ୍ନିଙ୍କୁ ମିଳିଲା ନୋଟିସ । ନିଜର ପ୍ରଥମ ନିର୍ବାଚନ ଅଭିଯାନରେ ନିର୍ଦ୍ଧାରିତ ରାଶିରୁ ଉର୍ଦ୍ଧ୍ବ ଖର୍ଚ୍ଚ କରି ବିବାଦରେ ଆସିଛନ୍ତି ସନ୍ନି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ସନ୍ନି ଦେଓଲ
author img

By

Published : Jun 19, 2019, 5:52 PM IST

Updated : Jun 19, 2019, 7:33 PM IST

ନୂଆଦିଲ୍ଲୀ: ଗତ ମଙ୍ଗଳବାର ବି-ଟାଉନର ଆକ୍ସନ ଅଭିନେତା ଅର୍ଥାତ୍ ନବନିର୍ବାଚିତ ନେତା ସନ୍ନି ଦେଓଲ ଶପଥ ଗ୍ରହଣ କରିଥିଲେ । ସେ 17ତମ ଲୋକସଭା ନିର୍ବାଚନରେ ପଞ୍ଜାବର ଗୁରୁଦାସପୁରରୁ ବିଜେପି ଟିକେଟ ସିଟରୁ ବିଜୟ ହାସଲ କରିଛନ୍ତି । ଯେଉଁଠାରେ ତାଙ୍କ ଶପଥ ଗ୍ରହଣକୁ ନେଇ ତାଙ୍କ ପରିବାର ଏବଂ ପ୍ରଶଂସକ ଖୁସି ଅଛନ୍ତି । ସେହିଠାରେ ତାଙ୍କୁ ନେଇ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି ।

ସନ୍ନି ଦେଓଲଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ ଏକ ନୋଟିସ ମିଳିଛି । ଏହି ନୋଟିସ ନିର୍ବାଚନରେ ତାଙ୍କ ତରଫରୁ ଖର୍ଚ୍ଚ କରାଯାଇଥିବା ରାଶିକୁ ନେଇ ପଠାଯାଇଛି । ପ୍ରକାଶ ଥାଉକି ଏବର୍ଷ ଲୋକସଭା ନିର୍ବାଚନରେ ନିର୍ବାଚନ ଆୟୋଗରୁ ପ୍ରାଥୀଙ୍କ ଖର୍ଚ୍ଚ ରାଶି 70 ଲକ୍ଷ ନିର୍ଦ୍ଧାରିତ କରାଯାଇଥିଲା ।

ନିର୍ବାଚନ ଆୟୋଗ ଅନୁଯାୟୀ ଆରପି ଆକ୍ଟ 1951 ଧାରା 71ରେ ନିର୍ଦ୍ଧାରିତ ଖର୍ଚ୍ଚ ରାଶିରୁ ଅଧିକ ଖର୍ଚ୍ଚ କରିବା ପ୍ରାର୍ଥୀ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ କରାଯାଇପାରେ । ଖାଲି ଏତିକି ନୁହେଁ ଯଦି କେହି ପ୍ରାର୍ଥୀ ଅଧିକ ଖର୍ଚ୍ଚ କରି ବିଜୟ ଲାଭ କରୁଛି ତେବେ ଯଦି ଆୟୋଗ ଚାହିଁବେ ତାହାଲେ କାର୍ଯ୍ୟନୁଷ୍ଠାନ କରି ବିଜୟ ଲାଭ କରିଥିବା ପ୍ରାର୍ଥୀ ସଦସ୍ୟତା ରଦ୍ଦ କରିପାରିବେ ।

ପଞ୍ଜାବ ଗୁରୁଦାସପୁର ସିଟରୁ ବିଜେପି ଟିକେଟରେ ନିର୍ବାଚନ ଲଢିଥିବା ସନ୍ନି ଏହି ନିର୍ବାଚନରେ ପାଖାପାଖି 86 ଲକ୍ଷ ଖର୍ଚ୍ଚ କରିଛନ୍ତି । ଏମିତିରେ ସନ୍ନିଙ୍କ ସାମ୍ନାରେ ଏବେ ଏହି ସଙ୍କଟ ଯେ ସେ ନିର୍ଦ୍ଧାରିତ ଖର୍ଚ୍ଚରୁ 16 ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ କରିଛିନ୍ତି । ନିର୍ବାଚନ ପର୍ଯ୍ୟବେକ୍ଷକ ଏବେ ସନ୍ନିଙ୍କୁ ଦ୍ବିତୀୟଥର ନିର୍ବାଚନ ଖର୍ଚ୍ଚର ହିସାବ ମାଗିବେ । ଏଥର ହିସାବରେ ସନ୍ନି କେଉଁଠାରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହା ସଠିକ ବିବରଣୀ ଦେବେ ।

ଅନ୍ୟପଟେ ଗୁରୁଦାସପୁର ସିଟରୁ ସନ୍ନି ଯେଉଁଠାରେ 86 ଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଜିତିଛନ୍ତି । ସେହିଠାରେ ଦ୍ବିତୀୟ ସ୍ଥାନରେ ରହିଥିବା କଂଗ୍ରେସ ପ୍ରାର୍ଥୀ ସୁନୀଲ ଜାଖଡ 70 ଲକ୍ଷରୁ 63 ଖର୍ଚ୍ଚ କରିଥିଲେ ।

Intro:Body:

sdfs

Conclusion:
Last Updated : Jun 19, 2019, 7:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.