ETV Bharat / sitara

କୋକିଲାବେନ ରାପ ଭିଡିଓ ସେୟାର କରି ଡିଲିଟ କଲେ ସ୍ମୃତି ଇରାନୀ

author img

By

Published : Aug 24, 2020, 4:56 PM IST

ଚର୍ଚ୍ଚାରେ ବିଜେପି ନେତ୍ରୀ ସ୍ମୃତି ଇରାନୀ । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସେ ଡିଲିଟ ମାରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସେ ଚର୍ଚ୍ଚାରେ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୋସିଆଲ ମିଡିଆରେ ପ୍ରାୟତଃ କିଛି ନା କିଛି ଭାଇରାଲ ହୋଇଥାଏ । ଛୋଟ ଛୋଟ ଭିଡିଓ କ୍ଲିପ୍ସ, ଷ୍ଟାର୍ସଙ୍କ ମିମି, ଧାରାବାହିକ ସହ ସମ୍ପୃକ୍ତ ଥିବା ଭିଡିଓ ଇତ୍ୟାଦି ଖୁବ୍ ଭାଇରାଲ ହୁଏ । ହେଲେ କିଛି ଦନ ହେବ କୋକିଲାବେନଙ୍କ ରାପ ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଏହି ଭିଡିଓଟି ଧାରାବାହିକ ‘ସାଥ ନିଭାନା ସାଥିୟାଁ’ର । ଯେଉଁଥିରେ କୋକିଲାବେନ, ଗୋପି ଓ ରାଶି ବୋହୂକୁ ଗାଳି କରୁଥିବାର ନଜର ଆସୁଛନ୍ତି । ମଜାଦାର କଥା ହେଲା ଯେ ଫ୍ୟାନକ୍ଲବ ବ୍ୟତୀତ ଏହି ରାପ ଭିଡିଓଟିକୁ କେନ୍ଦ୍ର ମନ୍ତ୍ରୀ, ଅଭିନେତ୍ରୀ ସ୍ମୃତି ଇରାନୀ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ । ହେଲେ ସେୟାର କରିବାର କିଛି ସମୟ ମଧ୍ୟରେ ସେ ଭିଡିଓକୁ ଡିଲିଟ ମଧ୍ୟ କରିଦେଇଥିଲେ । ତେବେ ଆସନ୍ତୁ ଜାଣିବା ଏହାର କାରଣ...

ଭାଇରାଲ ହେଉଥିବା ଏହି ଭିଡିଓକୁ ମ୍ୟୁଜିସିଆନ ୟଶରାଜ ମୁଖାଟେ ନିର୍ମାଣ କରିଛନ୍ତି । ତାଙ୍କର ଏହି କମେଡି ଭିଡିଓକୁ ଖୁବ୍ ପସନ୍ଦ ମଧ୍ୟ କରାଯାଉଛି । ସେପଟେ ସ୍ମୃତି ଭିଡିଓ ସେୟାର କରି ଲେଖିଥିଲେ, ‘କ୍ୟା ସେ କ୍ୟା ହୋ ଗୟା ।’ ଆଉ ଏହାକୁ ଡିଟିଲ କରିବା ପରେ ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ଲେଖିଥିଲେ, ‘ମୁଁ ଶୁଣିବାକୁ ପାଇଛି ଯେ ୟଶରାଜ ଆମର ସୁରକ୍ଷାବଳ ଉପରେ ହୋଇଥିବା ପୁଲୱାମା ଆକ୍ରମଣର ସମର୍ଥନ କରି ଏକ ଟ୍ବିଟ କରିଥିଲେ । ମୁଁ ଭୁଲରେ ୟଙ୍ଗ ଟ୍ୟାଲେଣ୍ଟକୁ ନିଜ ଇନଷ୍ଟାଗ୍ରାମରେ ପ୍ରମୋଟ କରିଦେଉଛି । କିନ୍ତୁ ଦେଶ ବିରୋଧୀ ଲୋକଙ୍କୁ ମୁଁ ସମର୍ଥନ କରିବି ନାହିଁ । ଏଥିପାଇଁ ମୁଁ କୋକିଲାବେନଙ୍କ ଭିଡିଓକୁ ସୋସିଆଲ ମିଡିଆରୁ ହଟାଉଛି ।’

ପ୍ରକାଶ ଥାଉକି ସ୍ମୃତି ଭିଡିଓ ସୋସିଆଲ ମିଡିଆରୁ ହଟାଇ ଦେଇଛନ୍ତି ହେଲେ ବର୍ତ୍ତମାନ ମଧ୍ୟ ସୋସିଆଲ ମିଡିଆରେ କୋକିଲାବେନ ଭିଡିଓ ଟ୍ରେଣ୍ଡ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.