ନୂଆଦିଲ୍ଲୀ: 2017 ମସିହାର ମିସ ୱାର୍ଲ୍ଡ ମାନୁଷୀ ଚିଲ୍ଲର । ମାନୁଷୀ ତାଙ୍କର ବୋଲ୍ଡ ଲୁକ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି ।
ପୂର୍ବତନ ମିସ ୱାର୍ଲ୍ଡ ମାନୁଷୀ ଚିଲ୍ଲର ମେ 14ରେ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି । ଏହି ଲକଡାଇନ ସମୟରେ ମାନୁଷୀ ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର ପ୍ରୀଥ୍ବିରାଜଙ୍କ ସେଟକୁ ଫେରିବାକୁ ଅପେକ୍ଷା କରିଛନ୍ତି ।
ବର୍ତ୍ତମାନ କୋରୋନା ଭାଇରସ ପ୍ରକୋପ ସହ ଲଢୁଛି ସାରା ବିଶ୍ବ । କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଯାହାକୁ ଦୃଷ୍ଟିରେ ରଖି ମାନୁଷୀ COVID-19ର ସଙ୍କଟ ସମୟରେ କରୋନାଭାଇରସର ମହାମାରୀ ବିଷୟରେ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । ଏହାସହ ଏହି ମହାମାରୀ ସମୟରେ ଦୃଢ ହୋଇ ରହିବାକୁ ଲୋକମାନଙ୍କୁ କହୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ