ETV Bharat / sitara

ସୁଶାନ୍ତ ମାମଲା: ଖୁସି ଜାହିର କଲେ ବିହାର ଡିଜିପି, ରିଆଙ୍କୁ ନେଇ କହିଲେ ଏମିତି କିଛି...

author img

By

Published : Aug 19, 2020, 6:52 PM IST

ସୁଶାନ୍ତଙ୍କୁ ମିଳିବ ନ୍ୟାୟ । ସିବିଆଇକୁ ହସ୍ତାନ୍ତର ହେଲା କେସ । ସୁପ୍ରିମକୋର୍ଟର ନିଷ୍ପତ୍ତିରେ ଖୁସି ଦେଶବାସୀ । ସାମ୍ନାକୁ ଆସିଲା ବିହାର ଡିଜିପିଙ୍କ ପ୍ରତିକ୍ରିୟା ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସରେ ସୁପ୍ରମିକୋର୍ଟର ନିଷ୍ପତ୍ତିକୁ ନେଇ ଖୁସି ପ୍ରକାଶ କରିଛନ୍ତି ବିହାରର ଡିଜିପି ଗୁପ୍ତେଶ୍ବର ପାଣ୍ଡେ । ବୁଧବାର ରିଆ ଚକ୍ରବର୍ତ୍ତୀଙ୍କ ଯାଚିକାକୁ ଖଣ୍ଡନ କରି ସିବିଆଇକୁ କେସ ହସ୍ତାନ୍ତର କରିଛନ୍ତି ସୁପ୍ରିମକୋର୍ଟ । ଯାହାକୁ ନେଇ ଦେଶବାସୀଙ୍କ ଖୁସି ନକହିଲେ ସରେ ।

ସେହିପରି ଗୁପ୍ତେଶ୍ବର କହିଛନ୍ତି, ‘ମୁଁ ବହୁତ ଖୁସି ଅନ୍ୟାୟ ବିରୋଧରେ ନ୍ୟାୟର ବିଜୟକୁ ନେଇ। ଏହି ନିଷ୍ପତ୍ତିକୁ ନେଇ 130 କୋଟି ଜନତାଙ୍କ ହୃଦୟରେ ସୁପ୍ରିମକୋର୍ଟଙ୍କ ପ୍ରତି ବିଶ୍ବାସ ଆହୁରି ଦୃଢ ହୋଇଛି ।’

ଖାଲି ଏତିକି ନୁହେଁ ରିଆଙ୍କ ଦ୍ବାରା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ କରାଯାଇଥିବା କମେଣ୍ଟରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ‘ବିହାର ମୁଖ୍ୟମନ୍ତ୍ରୀଙ୍କ ଉପରେ କମେଣ୍ଟ କରିବାକୁ ରିଆଙ୍କ ସାହସ ନାହିଁ ।’

ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ପରଠୁ ତାଙ୍କ ପରିବାର ଲୋକଙ୍କ ସହ ଫ୍ୟାନ୍ସ, ସେଲିବ୍ରିଟି ଓ କିଛି ରାଜନେତା ସିବିଆଇ ଯାଞ୍ଚ ଦାବି କରିଆସୁଥିଲେ । ଏବେ ସୁପ୍ରିମକୋର୍ଟ ଦ୍ବାରା ସିବିଆଇ ଯାଞ୍ଚକୁ ଅନୁମତି ମିଳିବାକୁ ନେଇ ସୋସିଆଲ ମିଡିଆରେ ନିଜ ନିଜ ଖୁସି ଜାହିର କରିବାରେ ଲାଗିଛନ୍ତି ସମସ୍ତେ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.