ମୁମ୍ବାଇ: ଲକଡାଉନର ଏହି ପିରିୟଡରେ ସେଲିବ୍ରିଟି ଘରେ ସମୟ ବିତାଉଛନ୍ତି। ନିଜ ନିଜ ଟାଇମ ପାସ କରିବା ପାଇଁ କିଛି ସେଲିବ୍ରିଟି ରୋଷେଇ କରୁଥିବା ବେଳେ ଆଉ କିଛି ଘର ସଫା କରୁଥିବାର ନଜର ଆସୁଛନ୍ତି । ସେହିପରି କିଛି ସେଲିବ୍ରିଟି ନିଜ ଫେଭରେଟ ଶୋ ଦେଖିବାରେ ବ୍ୟସ୍ତ । ଇତିମଧଧ୍ୟ ଟେଲି ଅଭିନେତ୍ରୀ ତଥା ବିଗ ବସ 13ର ଫେମସ ପ୍ରତିଯୋଗୀ ରଶ୍ମି ଦେସାଇ ନିର୍ମାତା ଏକତା କପୁରଙ୍କ ୱେବ ସିରିଜର ଫ୍ୟାନ ହୋଇଯାଇଛନ୍ତି।
ସେ ଅଭିନେତ୍ରୀ କରିସ୍ମା କପୁଙ୍କ ୱେବ ସିରିଜ ‘ମେଣ୍ଟାଲହୁଡ’ ଦେଖିବାରେ ବ୍ୟସ୍ତ । ତାଙ୍କୁ ଏହି ଶୋ ଏତେ ପସନ୍ଦ ଆସିଛି ଯେ ସେ ସବୁବେଳେ ଶୋ ଦେଖିବାରେ ଲାଗିଛନ୍ତି। ସବୁଠାରୁ ମଜାଦାର କଥା ହେଲା ଯେ ଯୋଗ କରୁଥିବା ସମୟରେ ମଧ୍ୟ ସେ ଶୋ ଦେଖିବାକୁ ଭୁଲୁ ନାହାଁନ୍ତି । ଯାହାର କିଛି ଫଟୋ, ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି।
ଏହାକୁ ସେୟାର କରି ସେ ବାଲାଜୀ ପ୍ରଡକ୍ସନ ହାଉସକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଦେଖନ୍ତୁ ରଶ୍ମୀଙ୍କର ଏହି ମଜାଦାର ଫଟୋ...