ETV Bharat / sitara

ମ୍ୟୁଜିକ ଭିଡିଓରେ ସିଦ୍ଧାର୍ଥ-ସେହନାଜଙ୍କ ପ୍ରେମ କାହାଣୀ

author img

By

Published : Mar 16, 2020, 5:05 PM IST

‘ବିଗ ବସ 13’ ଶେଷ ହେବା ପରେ ସବୁ ଯୋଡି ବର୍ତ୍ତମାନ ମ୍ୟୁଜିକ ଭିଡିଓ ମୁହାଁ ହୋଇଛନ୍ତି। ପାରସ ଓ ମାହୀରା ଶର୍ମାଙ୍କ ମ୍ୟୁଜିକ ଭିଡିଓ ପରେ ଏବେ ଦର୍ଶକ ଦେଖିବେ ସିଦ୍ଧାର୍ଥ ଶୁକ୍ଲା ଓ ସେହନାଜ ଗିଲଙ୍କ ମ୍ୟୁଜିକ ଭିଡିଓ।

darshan rawal song bhula doonga
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦର୍ଶନ ରାୱଲ

ମୁମ୍ବାଇ: ‘ବିଗ ବସ 13’ର ବିଜେତା ସିଦ୍ଧାର୍ଥ ଶୁକ୍ଲା ଓ ଫେମସ ପ୍ରତିଯୋଗୀ ସେହନାଜ ଗିଲଙ୍କ ଖଟାମିଠା ପ୍ରେମକାହାଣୀ ଦେଖିବାକୁ ସବୁବେଳେ ବ୍ୟାକୁଳ ଦର୍ଶକ। ବିଗ ବସ ହାଉସରେ ଏହି ଯୋଡିଙ୍କ ପ୍ରେମଭରା ଯାତ୍ରା ଦର୍ଶକଙ୍କ ଖୁବ୍ ମନ କିଣିଥିଲା। ଏବେ ଦର୍ଶକଙ୍କ ପାଉଁ ଖୁସି ଖବର ସାମ୍ନାକୁ ଆସିଛି। ଆଜ୍ଞା ହଁ, ଏହି ଯୋଡିକୁ ପୁଣି ଏକାଠି ଦେଖିବାକୁ ଯାଉଛନ୍ତି ଫ୍ୟାନ୍ସ । ଖୁବଶୀଘ୍ର ସିଦ୍ଧାର୍ଥ ଓ ସେହନାଜଙ୍କ ଏକ ମ୍ୟୁଜିକ ଭିଡିଓ ସମସ୍ତଙ୍କ ସାମ୍ନାକୁ ଆସିବ। ‘ଭୁଲା ଦୁଙ୍ଗା’ ଗୀତଟିକୁ ଗାଇଛନ୍ତି ଫେମସ ଗାୟକ ଦର୍ଶନ ରାୱଲ।

ଫ୍ୟାନ୍ସଙ୍କୁ ଏହାର ସୂଚନା ଦେଇ ଦର୍ଶନ ଇନଷ୍ଟାଗ୍ରାମରେ ସେହନାଜ ଓ ସିଦ୍ଧାର୍ଥଙ୍କ ସହ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଏହି ଦୁଇ ସୁନ୍ଦର ଲୋକଙ୍କ ସହ ଖୁବଶୀଘ୍ର ଆସିବ ଏକ ଶାନଦାର ଗୀତ। କେବଳ ଆଉ କେବଳ ଆପଣଙ୍କ ପାଇଁ।’

‘ଭୁଲା ଦୁଙ୍ଗା’ ଗୀତକୁ ଇଣ୍ଡି ମ୍ୟୁଜିକ ଲେବଲର ଏମଜି ନୌସାଦ ଖାନ ନିଜ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ କରିବେ। ସେ ଗୀତକୁ ନେଇ କହିଛନ୍ତି ଗୀତର ସୁଟିଂ ବର୍ତ୍ତମାନ ଶେଷ ହୋଇଯାଇଛି। ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆଣିବାକୁ ଚେଷ୍ଟା ଚଳାଇଛନ୍ତି।

ବର୍ତ୍ତମାନ ସୋସିଆଲ ମିଡିଆରେ ସିଦ୍ଧାର୍ଥ ଓ ସେହନାଜଙ୍କ ଗୋଟିଏ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁଇଜଣ ବର୍ଷାରେ ଠିଆ ହୋଇଥିବାର ନଜର ଆସୁଛନ୍ତି।

ପ୍ରକାଶ ଥାଉକି ଏହି ଯୋଡି ପୂର୍ବରୁ ‘ବିଗ ବସ 13’ର ଫେମସ କପଲ ପାରସ ଛାବଡା ଓ ମାହୀରା ଶର୍ମାଙ୍କ ‘ବାରିଷ’ ଗୀତ ରିଲିଜ ହୋଇସାରିଛି। ଆଉ ଖୁବଶୀଘ୍ର ଆସୀମ ରିୟାଜ ଓ ହିମାଂଶୀ ଖୁରାନାଙ୍କ ମ୍ୟୁଜିକ ଆଲବମ ଆସିବାକୁ ଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.