ETV Bharat / sitara

‘ମିର୍ଜାପୁର’ ନିର୍ମାତାଙ୍କୁ ଆଶ୍ବସ୍ତି, ଗିରଫଦାରିରେ ରୋକ - ପଙ୍କଜ ତ୍ରିପାଠୀଙ୍କ ନ୍ୟୁଜ

ସାମ୍ନାକୁ ଆସିଲା ବଡ ଖବର । ଦୀର୍ଘ ସମୟରୁ ଆଇନ ବିବାଦରେ ଫସି ଥିବା ‘ମିର୍ଜାପୁର’ ନିର୍ମାତାଙ୍କୁ ମିଳିଲା ରିହାତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Feb 20, 2021, 2:58 PM IST

Updated : Feb 20, 2021, 3:07 PM IST

ମୁମ୍ବାଇ: ୱେବ ସିରିଜ ‘ମିର୍ଜାପୁର’ ନିର୍ଦ୍ଦେଶକ କରନ ଅଶୁଂମାନ, ଗୁରୁମିତ ସିଂ ଏବଂ ଲେଖକ ପୁଣେ କୃଷ୍ଣ, ବିନୀତ କୃଷ୍ଣଙ୍କ ଗିରଫଦାରୀକୁ ଆହ୍ଲାବାଦ ହାଇକୋର୍ଟ ସ୍ଥଗିତ ରଖିଛନ୍ତି । ମିର୍ଜାପୁର ଜିଲ୍ଲାର କୋଟୱାଲୀ ଦେହାତ ପୋଲିସ ଷ୍ଟେସନରେ ସ୍ଥାନୀୟ ବାସିନ୍ଦା ସିରିଜର ନିର୍ମାତାଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ ।

କରନ ଏବଂ ଗୁରୁମିତ ସିଂ ମିଶି ଏହି ୱେବ ସିରିଜର ପ୍ରଥମ ସିଜନର ନିର୍ଦ୍ଦେଶନା କରିଥିଲେ । ସେହିପରି ଗୁରୁମିତ ଦ୍ବିତୀୟ ସିଜିନରେ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ଏଥି ସହିତ, ବିନୀତ ସିରିଜର ପ୍ରଥମ ସିରିଜର ଲେଖକ ହୋଇଥିବାବେଳେ ପୁଣେ କୃଷ୍ଣ ଦ୍ବିତୀୟ ସିଜିନର ଲେଖକ ।

ସିରିଜର ନିର୍ଦ୍ଦେଶକ ଏବଂ ଲେଖକ ଏହି ମାମଲାରେ ରିହାତି ପାଇଁ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଯେଉଁଥିରେ ଜଷ୍ଟିସ୍ ପ୍ରୀନ୍ତିକର ଦିୱାକର ଏବଂ ଜଷ୍ଟିସ୍ ଦୀପକ ବର୍ମାଙ୍କ ଏକ ଡିଭିଜନ ବେଞ୍ଚ ରାଜ୍ୟ ସରକାର ଏବଂ ଅଭିଯୋଗକାରୀଙ୍କୁ ନୋଟିସ୍ ଜାରି କରି ସେମାନଙ୍କ ଉତ୍ତର ଦାଖଲ କରିବାକୁ କହିଥିଲେ ।

ଏହାପୂର୍ବରୁ ଜାନୁୟାରୀ 29ରେ ଉକ୍ତ କୋର୍ଟ ୱେବ ସିରିଜ୍ ‘ମିର୍ଜାପୁର’ର ନିର୍ମାତା ଫରହାନ ଅଖତର ଏବଂ ରିତେଶ ସିଦ୍ଧୱାନୀଙ୍କ ଗିରଫଦାରୀକୁ ସ୍ଥଗିତ ରଖିଥିଲେ । ମିର୍ଜାପୁର ଜିଲ୍ଲାର କୋଟୱାଲି ଦେହାତ ପୋଲିସ ଷ୍ଟେସନରେ ଏମାନଙ୍କ ବିରୋଧରେ ଏଫଆଇଆର ମଧ୍ୟ ରୁଜୁ କରାଯାଇଛି ।

ପ୍ରକାଶ ଥାଉକି ମିର୍ଜାପୁର ସିରିଜ ନିର୍ମାତାଙ୍କ ବିରୁଦ୍ଧରେ ଧାରା 295-ଏ ଏବଂ ଆଇପିସିର ଅନ୍ୟ ବିଭାଗ ଏବଂ ଆଇଟି ଆକ୍ଟର ସେକ୍ସନ୍ 67-ଏ ଅନୁଯାୟୀ ଏକ ଏଫଆଇଆର ପଞ୍ଜୀକୃତ ହୋଇଥିଲା ଯେ ଏହି ସିରିଜ ନିର୍ମାତା ଭୁଲ୍ କାହାଣୀ ପର୍ଯ୍ୟବେଶିତ କରି ମିର୍ଜାପୁରର ପ୍ରତିଛବି ଖରାପ କରୁଛନ୍ତି । ଯାହା ଅଭିଯୋଗକାରୀଙ୍କ ଧାର୍ମିକ, ସାମାଜିକ ଭାବନାକୁ ଆଘାତ ଦେଇଛି ।

Last Updated : Feb 20, 2021, 3:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.