ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ ଓ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟା ବଚ୍ଚନଙ୍କ ପ୍ରଥମ ଫିଲ୍ମ 'ବଂଶୀ ବିର୍ଜୁ'କୁ ପୂରିଛି ୪୯ ବର୍ଷ । ଏହି ଅବସରରେ ବିଗ ବି ଫିଲ୍ମର ଏକ ବ୍ଲାକ ଆଣ୍ଡ ହ୍ବାଇଟ ଫଟୋକୁ ସେୟାର କରିଛନ୍ତି । ଗତ ଶନିବାର ଅମିତାଭ ଏହି ଫଟୋ ସେୟାର କରିଥିବା ବେଳେ ଏଥିରେ ଅମିତାଭ ଜୟାଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଛି ।
- " class="align-text-top noRightClick twitterSection" data="
">
ଏହି ଫଟୋ ସେୟାର କରି ବିଗ ବି ଲେଖିଛନ୍ତି ଯେ ଏହା ସେମାନଙ୍କର ପ୍ରଥମ ଫିଲ୍ମ । ୧୯୭୦ ମସିହା ସେପ୍ଟେମ୍ବର ୧ ତାରିଖରେ ରିଲିଜ ହୋଇଥିଲା, ଯାହାକୁ ୪୯ ବର୍ଷ ପୂରିଛି ବୋଲି ଅମିତାଭ କହିଛନ୍ତି । ଏଥିରେ ପ୍ରଂଶସକଙ୍କ ୩ ଲକ୍ଷ ୪୯ ହଜାରରୁ ଅଧିକ ଲାଇକ୍ସ ଆସିଛି । ସେପଟେ ଏଥିରେ କମେଣ୍ଟ୍ସ ଦେଇ ବିଗ ବିଙ୍କ ଝିଅ ଶ୍ବେତା ବଚ୍ଚନ 'ଲଭ ୟୁ ବୋଥ' ବୋଲି ମଧ୍ୟ ଲେଖିଛନ୍ତି ।
ଏହି ଫିଲ୍ମରେ ପ୍ରକାଶ ବର୍ମା ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ । ଏହି ଫିଲ୍ମ ପରେ ୧୯୭୩ ମସିହାରେ ଅମିତାଭ ଓ ଜୟାଙ୍କର ବିବାହ ହୋଇଥିଲା । ଉଭୟ 'ଜଞ୍ଜୀର' ଫିଲ୍ମରେ ମଧ୍ୟ ଏକାଠି ନଜର ଆସିଥିଲେ, ଯାହାକି ଖୁବ ଲୋକପ୍ରିୟତା ହାସଲ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ